ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :– ସମାବେଶୀ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୧୧ ତାରିଖ ଦିନ ଭୁବନେଶ୍ୱରଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ (ଭାରତ)ର ୬୪ତମ ବୈଷୟିକ ଅଧିବେଶନକୁ ମୁଖ୍ୟ ଅତିଥିଭାବେ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି ।
