କାଶ୍ଯପଗୋତ୍ରୀ ତନ୍ତୀକୂଳ ନଶହଘର ସମିତି ପକ୍ଷରୁ କଳସଯାତ୍ରା ଓ ମନ୍ଦିର ପ୍ରତିଷ୍ଠା

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  କାଶ୍ଯପଗୋତ୍ରୀ ତନ୍ତୀକୂଳ ନଅଶହଘର ସମିତି,କୁଣ୍ଢେଇବେଣ୍ଟ ସାହି ପୋଲିସ ଲାଇନ କଡାକିଆ ତନ୍ତୀମଠ ଠାରେ ୩୧ତମ ନାମ ଯଜ୍ଞୋତ୍ସବ,ନୂତନ ମନ୍ଦିର ପ୍ରତିଷ୍ଠା,ବିଗ୍ରହ ପ୍ରବେଶ ଉଦ୍ଦେଶ୍ଯରେ ପାଞ୍ଚଦିନ ବ୍ଯାପୀ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଯଜ୍ଞ ସ୍ଥଳରେ ଗୁରୁବାର ରାତିରେ ଅଙ୍କୁରାରୋପଣ ନୀତି ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସକାଳୁ ନରେନ୍ଦ୍ର ପୁଷ୍କରିଣୀରୁ କଳସରେ ଜଳପୂର୍ଣ୍ଣ କରି ମହିଳାମାନେ ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ଶୋଭାଯାତ୍ରାରେ ଘଣ୍ଟ ଘଣ୍ଟା ଓ ପାରମ୍ପରିକ ବାଦ୍ଯ ସହ ହରିବୋଲ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ନଅଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଯାଗ ଶାଳାରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଯଜ୍ଞ ବିଧି ଅନୁଯାଇ ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ, ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କରିଥିଲେ । ନାମଯଜ୍ଞ ଓ ଘୃତ ଯଜ୍ଞ ଆରମ୍ଭ ହୋଇଛି । ଏହି ଧାର୍ମିକ କାର୍ଯ୍ୟରେ ଯଜ୍ଞ କର୍ତ୍ତା ଭାବେ ଅନୁଷ୍ଠାନର ସମ୍ପାଦକ ବାବୁଲି ଚରଣ ଦଣ୍ଡପାଟ ଓ କର୍ତ୍ତୀ ଭାବେ ଧର୍ମପତ୍ନୀ ପ୍ରମିଳା ଗିରି ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ଉପକର୍ତ୍ତା ଭାବେ ସମିତିର ଉପଦେଷ୍ଟା ଖଗେଶ୍ବର ବେହେରା ଓ ତାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ବେହେରା ସହଯୋଗ କରିଥିଲେ । ନୂତନ ମନ୍ଦିର ପ୍ରତିଷ୍ଠାରେ କର୍ତାଭାବେ ଗଗନ ବିହାରୀ ଦାସ ଓ କର୍ତ୍ତୀ ଭାବେ ରଞ୍ଜିତା ଦାସ ଯୋଗ ଦେଇଥିଲେ ।

ସମିତିର ସଭାପତି ବିଦ୍ଯାଧର ମଣ୍ଡଳ, କାର୍ଯ୍ଯକାରୀ ସଭାପତି ହୁରେନ୍ଦ୍ର ନାଥ ଭୂୟାଁ ଯଜ୍ଞ କାର୍ଯ୍ୟରେ ପରିଚାଳନା କରିିଥିଲେ । ସମିତିର ଉପଦେଷ୍ଟା ଲକ୍ଷ୍ମଣ କୁମାର ମଣ୍ଡଳ,ପ୍ରଭାକର ମଣ୍ଡଳ, ସୁକାନ୍ତ କୁମାର ବେହେରା, ନାରାୟଣ ପ୍ରସାଦ ଦାସ,ଉପସଭାପତି ହୃଷିକେଶ ବେହେରା, ସହ ସମ୍ପାଦକ ଡମ୍ବୁରୁଧର ଘଡାଇ, କୋଷାଧ୍ୟକ୍ଷ ଅନନ୍ତ ପ୍ରସାଦ ଜେନା,ଗଦାଧର ବେହେରା, ବିଷ୍ଣୁପଦ ଘଡାଇ, ରବି ଜେନା,ରୂପଶ୍ରୀ ବେହେରା ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ଏହି ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠାରେ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ଶହ ଶହ ତନ୍ତୀକୂଳ ପରିବାର ଯୋଗ ଦେଇଛନ୍ତି । ଶନିବାର ୧୦ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ। ୧୧ ତାରିଖ ରବିବାର ଶୁଭାଧିବାସ ୧୨ ତାରିଖ ସୋମବାର ଅହୋରାତ୍ର ନାମଯଜ୍ଞ ଓ ୧୩ ତାରିଖ ମଙ୍ଗଳବାର ନଗର ଭ୍ରମଣ ଅନୁଷ୍ଠିତ ହେବ ବୋଲି ସମିତିର କର୍ମକର୍ତ୍ତା ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version