ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଦୁର୍ଗନ୍ଧ ନିଃଶ୍ୱାସ ବା ହାଲିଟୋସିସ୍ ସାମାଜିକସ୍ତରରେ ଦୁଃଖଦାୟକ, ଯାହା ଆତ୍ମବିଶ୍ୱାସ ଏବଂ ଆନ୍ତଃବ୍ୟକ୍ତିସ୍ତରୀୟ ଭାବ ବିନିମୟକୁ ପ୍ରଭାବିତ କରିଥାଏ ବୋଲି ପବ୍ଲିକ ହେଲ୍ଥ ଡେଣ୍ଟିଷ୍ଟ୍ରିରେ ପ୍ରଫେସର ଥିବା ଡା.ସୋନିଆ ଦତ୍ତା, ଏମଡିଏସ୍, ପିଏଚଡି କହିଛନ୍ତି । ଏହା ଅନେକ ସମୟରେ ନିମ୍ନମାନର ମୁଖଗହ୍ୱର ଯତ୍ନ, ଖାଦ୍ୟଗତ ପସନ୍ଦ, ତମାଖୁ ବ୍ୟବହାର, କିଛି ନିର୍ଦ୍ଦିଷ୍ଟ ପ୍ରକାର ଔଷଧ ସେବନ ଅଥବା ଅନ୍ତର୍ନିହିତ ସ୍ୱାସ୍ଥ୍ୟାବସ୍ଥା କାରଣରୁ ହୋଇଥାଏ । ସାମୟିକ ଭାବରେ ଦୁର୍ଗନ୍ଧ ନିଃଶ୍ୱାସ ଏକ ସାଧାରଣ ଘଟଣା, ଯାହା ଅନେକ ସମୟରେ ଖାଦ୍ୟ ଖାଇବା ଅଥବା ପ୍ରାତଃକାଳୀନ ନିଃଶ୍ୱାସ ପ୍ରଶ୍ୱାସ ସମୟରେ ହୋଇଥାଏ । ତେବେ ଦୀର୍ଘକାଳ ହାଲିଟୋସିସ୍ ଲାଗିରହିବା ଏକ ଅନ୍ତର୍ନିହିତ ସମସ୍ୟାର ସଙ୍କେତ ଦେଇଥାଏ, ଯେପରିକି ମାଢି ରୋଗ ଅଥବା ଶୁଷ୍କ ମୁଖ ଗହ୍ୱର । ଏହିଭଳି ଦୁର୍ଗନ୍ଧ ନିଃଶ୍ୱାସର ମୁକାବିଲା ଡାବର ରେଡ ପେଷ୍ଟ ସହିତ କରନ୍ତୁ ।
ଲବଙ୍ଗ, ନିମ, ପୁଦିନା ଭଳି ଏହାର ଆୟୁର୍ବେଦିକ ଉପାଦାନଗୁଡିକ ସ୍ଥାୟୀ ତାଜାପଣ ନିମନ୍ତେ ଦୁର୍ଗନ୍ଧ ସୃଷ୍ଟିକାରୀ ବ୍ୟାକଟେରିଆଗୁଡିକୁ ନିଜର ଲକ୍ଷ୍ୟ ବନାଇଥାଏ । ଏହାକୁ ଦୈନନ୍ଦିନ ଅଭ୍ୟାସ କରନ୍ତୁ ଏବଂ ଦିନସାରା ତାଜା ନିଃଶ୍ୱାସ ସହିତ ଆତ୍ମବିଶ୍ୱାସୀ ଅନୁଭବ କରନ୍ତୁ । ଦୁର୍ଗନ୍ଧ ନିଃଶ୍ୱାସର କାରଣ ବୁଝିବା ହେଉଛି ଏହାକୁ ସଫଳତାର ସହିତ ଦୂର କରିବାର ପ୍ରଥମ ପଦକ୍ଷେପ । ଦୁର୍ଗନ୍ଧ ନିଃଶ୍ୱାସର ସାଧାରଣ କାରଣସମୂହ: ଦୁର୍ଗନ୍ଧ ନିଃଶ୍ୱାସ ମୂଳତଃ ପାଟିଭିତରେ ବ୍ୟାକଟେରିଆ ଜମାହେବା କାରଣରୁ ହୋଇଥାଏ । ବ୍ୟାକଟେରିଆ ଖାଦ୍ୟ କଣିକାଗୁଡିକୁ ବିଘଟନ କରି ଦୁର୍ଗନ୍ଧ ସୃଷ୍ଟିକାରୀ ଗନ୍ଧକର ଯୌଗିକ ଜାତ କରିଥାନ୍ତି । ଶୁଷ୍କ ପାଟି, ଧୂମପାନ ଏବଂ ପିଆଜ, ରସୁଣ ଭଳି କିଛି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ତାହା ସମସ୍ୟାକୁ ଅଧିକ ଖରାପ କରିଥାଏ ।
ବ୍ୟାକଟେରିଆ ପାଟି ଭିତର ଉଷୁମ ଏବଂ ଆର୍ଦ୍ର ପରିବେଶରେ, ବିଶେଷକରି ଜିଭ ଉପରେ ବୃଦ୍ଧି ପାଇଥାଏ, ଯେଉଁଠାରେ ସେମାନେ ଜମାହୋଇ ଦୁର୍ଗନ୍ଧ ସୃଷ୍ଟିକାରୀ ଯୌଗିକ ସୃଷ୍ଟି କରିଥାନ୍ତି । ନିମ୍ନ ମାନର ମୁଖଗୌହର ଯତ୍ନ, ଯେପରିକି ନିୟମିତ ବ୍ରସ୍ କରିବା ଏବଂ ପାଟି କୁଳିକରିବାରେ ଅବହେଳା ଭଳି କାରଣ ଦ୍ୱାରା ଏହି ବ୍ୟାକଟେରିଆଗୁଡିକର ସଂଖ୍ୟା ବୃଦ୍ଧିପାଏ । ଅନେକ ସମୟରେ ଚିକିତ୍ସା ଅଥବା ସ୍ୱାସ୍ଥ୍ୟଗତ ପରିସ୍ଥିତିରୁ ପାଟି ଶୁଷ୍କ ହୋଇଯାଏ ଏବଂ ଲାଳ ନିର୍ଗତ ହେବା ପରିମାଣ ହ୍ରାସପାଏ, ଯାହା ସ୍ୱାଭାବିକ ଭାବରେ ପାଟିକୁ ସଫା କରିବାରେ ସହାୟତା କରିଥାଏ । ପିଆଜ ଓ ରସୁଣ ଭଳି କେତେକ ପ୍ରକାର ଖାଦ୍ୟରେ ଏଭଳି ଯୌଗିକ ରହିଛି ଯାହା ରକ୍ତପ୍ରବାହରେ ଅବଶୋଷିତ ହୋଇପାରିବ ଏବଂ ତାହା ଫୁସଫୁସ ଜରିଆରେ ନିଷ୍କାସିତ ହୁଏ, ଯଦ୍ଦ୍ୱାରା ଦୁର୍ଗନ୍ଧ ନିଃଶ୍ୱାସ ସୃଷ୍ଟି ହୋଇଥାଏ ।
