ବନ୍ୟା ମଧ୍ୟରୁ ପ୍ରସୁତି ମହିଳାଙ୍କୁ ଉଦ୍ଧାର କଲେ ଓ ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତି କଲେ

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ଚାନ୍ଦବାଲି :– ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ କଣ୍ଡିଆସାହୀ ଗାଁରୁ ଜଣେ ଗର୍ଭବତୀ ମହିଳାଙ୍କୁ ଦମକଳ ବାହୀନୀ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରାଯାଇଛି । ମାଧପୁର ପଂଚାୟତ କଣ୍ଡିଆ ସାହୀ ଗାଁର ପ୍ରକାଶ ଦାସଙ୍କ ପତ୍ନୀ ପ୍ରସବ ବେଦନା ହେବା ପରେ ଆଂବୁଲାନ୍ସ ସହିତ ଯୋଗ ଯୋଗ କରିଥିଲେ । ବନ୍ୟା ପାଣି ଘେରରେ ଥିବାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆସିବା ସହଜ ନଥିଲା ।

କାରଣ ମାଧପୁରକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି l ମାଧପୁର ରାସ୍ତାର ୮କିମି ରାସ୍ତା ଉପରେ ଦୁଇ ୩ଫୁଟର ପାଣି ଚାଲୁଥିବା ବଳେ ଗାଁ ରାସ୍ତାରେ ୮ ଫୁଟରେ ପାଣି ଚାଲୁଛି । ଅକାତ କାତ ପାଣିରେ ପାର ହୋଇ ମେଡ଼ିକାଲ ନେବାକୁ ସାହାସ ଜୁଟାଇପାରୁ ନଥିଲେ ପରିବାର ଲୋକେ । ଦମକଳ ବିଭାଗ ଖବର ପାଇ ଦେବଦୂତଭଳି ପହଁଚି ଥିଲା । ଦୀର୍ଘ ୮ କିମି ଜଳରାଶି ଅତିକ୍ରମ କରି ଗର୍ଭବତୀ ମହିଳାଙ୍କୁ ପହଁଚାଇଦେଇଥିଲା ଡାକ୍ତରଖାନାରେ । ଉଦ୍ଧାର ପରେ ପ୍ରଥମେ ମୂଖ୍ୟ ରାସ୍ତାକୁ ଅଣାଯାଇଥିଲା । ସେଠାରେ ଅପେକ୍ଷା କରିରହିଥିବା ୧୦୨ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡ଼ିକାଲକୁ ନିଆଯାଇଥିଲା । (ଦୀପ୍ତିମାନ ପତି /ଭଦ୍ରକ )

Exit mobile version