ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :– ଯେ କୌଣସି ସମାଜର ଶକ୍ତି ଏହାର ମହିଳାମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବ୍ୟବହାର ଉପରେ ନିର୍ଭର କରେ । ଏଣୁ ଏକ ସୁସ୍ଥ ସମାଜ, ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଗଠନ ନିମନ୍ତେ ପୃଷ୍ଠଭୂମି ଓ ଭୌଗଳିକ ପରିବେଶ ନିର୍ବିଶେଷରେ ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି ।

