Home ଓଡ଼ିଶା ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରାର ନଗର ଭ୍ରମଣ ଆରମ୍ଭ : ଚତୁର୍ଥ ଦିନରେ ପଣସପଡି ର ମେଦ୍ରି ସାହି ପରିଭ୍ରମଣ – ଶତାଧିକ ଭକ୍ତ ଙ୍କ ସମାଗମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ଶୁକ୍ରବାର ପ୍ରଥମ ନଗର ଭ୍ରମଣ ଆରମ୍ଭ ହୋଇଛି l ଏହା ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି। ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ଶୁକ୍ରବାର ଚତୁର୍ଥ ଦିନରେ ବାଲିଗୁଡା ଟାଉନ ର ପଣସପଡି ସ୍ଥିତ ମେଦ୍ରି ସାହି କୁ ପରିଭ୍ରମଣ କରି ଆସିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆର ରେ ବିଭିନ୍ନ ପ୍ରକାର ନୃତ୍ୟ, ଗୀତ ସହ ବାଜା ବଜାଇ ଟାଉନର ବିଭିନ୍ନ ସାହି, କଲୋନୀ ଦେଇ ମେଦ୍ରି ସାହିର ଅସ୍ଥାୟୀ ପୂଜା ମଣ୍ଡପ ରେ ପହଞ୍ଚି ଥିଲେ l ଉକ୍ତ ପୂଜା ମଣ୍ଡପ ରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ, ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତ ଙ୍କୁ ବେଶ ଖୋରାକ ଯୋଗାଉଛି l ଠାକୁରାଣୀ ଯାତ୍ରା କାଳରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଙ୍କ ସମେତ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026