ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ମନୋଜ ଦଣ୍ଡିଆ ଙ୍କ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାର ଶୁଣାଣୀ ଶୁକ୍ରବାର ମାନ୍ୟବର ସହକାରୀ ଦୌରାଜଜ ଙ୍କ ଅଦାଲତରେ ରାୟ ପ୍ରକାଶ କରି ଘଟଣା ରେ ସଂଶ୍ଲିଷ୍ଟ ଥିବା ୮ ଜଣଙ୍କୁ ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଘଟଣା ପ୍ରକାରେ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହା ଜୁନ ୯ ତାରିଖ ରାତ୍ରରେ ମନୋଜ ଦଣ୍ଡିଆଙ୍କ ଘରକୁ ଦୁଇଟି ଗାଡି ରେ ୮ଜଣ ଦୁର୍ବୁର୍ତ୍ତ ଆସି କବାଟ ବାଡେଇ ଜବରଦସ୍ତ ପଶି ସୁନା ,ରୂପା ଅଳଙ୍କାର ସାମଗ୍ରୀ, ମୋବାଇଲ ଓ ଘରେ ଥିବା ନଗଦ ୫୫ ହଜାର ଟଙ୍କା ଲୁଟି ନେଇଥିଲେ ।ଏ ନେଇ ସାରଙ୍ଗଡ଼ ଥାନାରେ କେଶ ନଂ. ୫୬/୨୩ ଏବଂ ଦଫା ନଂ. ୪୫୭ ଓ ୩୯୫ ପ୍ରକାରେ ମନୋଜ ଏକ ଏତଲା ଦାଏର କରିଥିଲେ l
