ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନାଚୁଣୀ :- ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଫାଣ୍ଡି ଅଧୀନ ହରିଚନ୍ଦନ ପୁର ଗ୍ରାମ ର ଜନୈକ ଯୁବକଙ୍କୁ ନାବାଳିକା ଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗିରଫ କରିଛି । ଉକ୍ତ ଯୁବକଙ୍କ ନାଁ ହେଲା ଦୋଳଗୋବିନ୍ଦ ଜେନା । ଅଭିଯୁକ୍ତ ଯୁବକ ଗତ ଦେଢ଼ ବର୍ଷ ତଳେ ଜଣେ ନାଵାଳିକାର ନଗ୍ନ ଫଟୋ ର ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ କରିବା ପରେ ଦିଲ୍ଲୀ ସିବିଆଇ ର ସ୍ଵତନ୍ତ୍ର ଅପରାଧିକ ବିଭାଗ ଏହାକୁ ଧର୍ତ୍ତଵ୍ୟ ଅପରାଧ ଭାବେ ଗ୍ରହଣ କରି ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।
