Home ଓଡ଼ିଶା ନିଶାମୁକ୍ତ ଗାଁ ପାଇଁ ଥାନା ଘେରିଲେ ମହିଳା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ପଣ୍ଡରିଯୋର ଗାଁରେ କେତେକ ଯୁବକ ଅମାନିଆ ହୋଇ ଗାଁରେ ବେଆଇନ ମଦ ବିକ୍ରୟ କରୁଛନ୍ତି I ଏନେଇ ଗାଁର ମହିଳାମାନେ ବାରମ୍ବାର ଅଭିଯୋଗ କଲେ ଵି କିଛି ସୁଫଳ ମିଳୁନାହିଁ Iଯା ଦ୍ୱାରା ଅତିଷ୍ଠ ହୋଇ ଗୁରୁବାର ଗାଁର ଶତାଧିକ ମହିଳା ବେଲପଡ଼ା ଥାନା ଘେରାଉ କରିଥିଲେ Iଗାଁରେ ତୁରନ୍ତ ମଦ ବନ୍ଦ କରିବା ସହ ବେଆଇନ ଭାବେ ରନ୍ଧା ଓ ବିଦେଶୀ ମଦ ବିକ୍ରୟ କରୁଥିବା ଗାଁର ଦୁଇ ଜଣ ଯୁବକ କୈଳାଶ ଧରୁଆ ଏବଂ ଭଗବାନ ବାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି Iଗାଁ ଲୋକ ଅଭିଯୋଗ ମତେ ଗତ ୨.୨.୨୦୨୫ ତାରିଖ ଦିନ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ନିଷ୍ପତ୍ତି ନିଆଗଲା ଯେ ଉକ୍ତ ଦିନ ଠାରୁ ଗାଁରେ ସମ୍ପୂର୍ଣ୍ଣ ମଦ ବନ୍ଦ କରାଗଲା ଏବଂ ନିଶାମୁକ୍ତ ଗାଁ ପାଇଁ ଶପଥ ନିଆଗଲା Iଏହାର ଖିଲାପ କରାଗଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ Iତଥାପି ଗାଁରେ କେତେକ ଲୋକ ଅମାନିଆ ହୋଇ ଦେଶୀ ବିଦେଶୀ ମଦ କାରବାର ଚଳାଇଛନ୍ତି I ଏହାଦ୍ୱାରା ଗାଁ ଅଶାନ୍ତି ଦେଖାଦେବା ସହ ଅସାମାଜିକ କାମ ବୃଦ୍ଧି ପାଉଛି I ମହିଳାମାନେ ରାସ୍ତାରେ ଯିବା ଆସିବାରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି Iଏଥିପାଇଁ ଏହି ଗାଁର କାନ୍ତି ଧରୁଆ, କୁନି ଧରୁଆ, ଜାମାଦେଇ ଧରୁଆ, ମଦନା ମାଝୀ, ବନିତା ମିର୍ଦ୍ଧା, ପ୍ରଭାସିନୀ ବାଗ, ଯଶୋଦା ମାଝୀଙ୍କ ସହ ଅନ୍ୟମାନେ ମଦ ବିକ୍ରି ବନ୍ଦ ପାଇଁ ଥାନା ଅଧିକାରୀ ଅନନ୍ତ ପଧାନଙ୍କୁ ଦାବିପତ୍ର ଦେଇଛନ୍ତି I ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି I Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026