ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :– କରାଚୀ ବନ୍ଦରକୁ ନଷ୍ଟଭ୍ରଷ୍ଟ କଲା ଭାରତୀୟ ନୌସେନା ଏବେ ପାକିସ୍ତାନ ଚାରିପଟୁ ଆକ୍ରମଣର ଶିକାର ହେଉଛି । ଭାରତ ଉପରେ ଆକ୍ରମଣ କରିବାର ଦୁଃସାହାସ କରିବା ପରେ ଏବେ ପାକିସ୍ତାନ ତାହାର ପରିଣାମ ଭୋଗୁଛି । ମେ ୮ ତାରିଖରେ କରାଚୀରେ ଡ୍ରୋନ ଆକ୍ରମଣ ହୋଇଥିଲା । ଏହାପରେ ରାତିରେ ପାକିସ୍ତାନ ଭାରତ ଉତ୍ତର ଏବଂ ପଶ୍ଚିମାଞ୍ଚଳରେ ଆକାଶ ପଥରେ ବିମାନ ତଥା କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା । ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନରେ ଆକ୍ରମଣ ହୋଇଥିଲା । ଭାରତ ପାକିସ୍ତାନର ତିନୋଟି ଯୁଦ୍ଧ ବିମାନ ନଷ୍ଟ କରିବା ସହ ମିସାଇଲ୍କୁ ଆକାଶରେ ନଷ୍ଟ କରିଥିଲା । ଭାରତୀୟ ନୌସେନା ପାକିସ୍ତାନ ଉପରେ ଆକ୍ରମଣ କରିଛି । କରାଚୀ ବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଥିବା ସୂଚନା ମିଳିଛି ।

