ଧୁ ଧୁ ଖରା ତାତିରେ ଲୋକଙ୍କ ଜୀବନସହ ଖେଳ ଖେଳୁଛନ୍ତି ବିଧାୟକ : ଅସହ୍ୟ ଗୁଳୁଗୁଳିରେ ଆୟୋଜନ ହେଉଛି ଶିଳାନ୍ୟାସ ଉତ୍ସବ କାହା ସ୍ବାର୍ଥରେ !

୪୨ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ; ଅସହ୍ୟ ଖରା ତାତିରେ ଶତାଧିକ ସମର୍ଥକ ମାନେ କାଳିଅଣ୍ଟି ସେତୁ ନିକଟରୁ ସିଝି ସିଝି ପ୍ରାୟ ୩ କିମିରୁ ଉର୍ଦ୍ଧ୍ବ ଦୂର ଶିଳାନ୍ୟାସ ସ୍ଥଳକୁ ଯାଇ ଉତ୍ସବରେ ଯୋଗଦେଇଥିଲେ l

ମାହାଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) :- ଖରା ତାତିକୁ ଖାତିର ନକରି ଅସହ୍ୟ ଗୁଳୁଗୁଳି ଗ୍ରୀଷ୍ମ ପ୍ରବାହରେ ଶିଳାନ୍ୟାସ କରୁଛନ୍ତି ବିଧାୟକ, ଲୋକଙ୍କ ଜୀବନ ଅପେକ୍ଷା ନିଜର ଶିଳାନ୍ୟାସ ଉତ୍ସବକୁ ଗୁରୁତ୍ୱ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଧାୟକ ସାରଦା ପ୍ରଧାନ ଓ ବିଭିନ୍ନ ସରକାରୀ ବିଭାଗ, ଠିକାଦାରଙ୍କ ଚାନ୍ଦା ଅର୍ଥରେ ଉତ୍ସବ ସ୍ଥଳରେ ଭୋଜିଭାତର ଲାଳସା ଦେଖାଇ ସଭାକୁ ଅଣୁଛନ୍ତି ଲୋକ,ଆଜି ମଧ୍ୟାହ୍ନରେ ୪୨ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ହିଟୱେଭ ଜାରି ଥିବାବେଳେ ମାହାଙ୍ଗା ବ୍ଲକ ଲଳିତଗିରି ପଂଚାୟତର ମାଣିତିରି ଗ୍ରାମ ନିକଟରେ ବାଲିଚନ୍ଦ୍ରପୁର ଜଳସମ୍ପଦ ସେକ୍ସନ ଅଧିନ ପଟ୍ଟାମୁଣ୍ଡାଇ କେନାଲର ୫ ନମ୍ବର ଶାଖାନାଳରେ ଡ୍ରେନଜ ସାଇଫନ ନିର୍ମାଣ ସହିତ ଜେରକନ୍ଦ ଓ ଗଙ୍ଗାଧର ନିକଟରେ କ୍ରସ ଡ୍ରେନେଜ ସାଇଫନ ଏବଂ ଏହାର ପୁନଃରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ବିଧାୟକ ଶାରଦା ପ୍ରସାଦ ପ୍ରଧାନ l

ଆଜି ମଧ୍ୟାହ୍ନରେ ଅସହ୍ୟ ଖରା ତାତିରେ ଶତାଧିକ ସମର୍ଥକ ମାନେ କାଳିଅଣ୍ଟି ସେତୁ ନିକଟରୁ ସିଝି ସିଝି ପ୍ରାୟ ୩ କିମିରୁ ଉର୍ଦ୍ଧ୍ବ ଦୂର ଶିଳାନ୍ୟାସ ସ୍ଥଳକୁ ଯାଇ ଉତ୍ସବରେ ଯୋଗଦେଇଥିଲେ, ଅସହ୍ୟ ଖରା ତାତି ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ କରିବାସହ ମଧ୍ୟାହ୍ନ୧୨ ଟା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ହେଲେ ଏ ନିୟମ ମାହାଙ୍ଗା ବିଧାୟକ ସାରଦାଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ ! ନହେଲେ ଅଂଶୁଘାତ ପରି ଘଟଣା ସମଗ୍ର ରାଜ୍ୟରେ ଘଟୁଥିବାବେଳେ ନିଜର ପତିଆରା ପାଇଁ ଖରା ତାତିରେ ଲୋକଙ୍କୁ ଶିଝେଇ ଶିଝେଇ ମାରୁଛନ୍ତି ।

ଯାହାକୁ ମାହାଙ୍ଗା ପ୍ରଶାସନ ସବୁ ଦେଖି ଜାଣି ଚୁପ,କିନ୍ତୁ ଜଳସମ୍ପଦ ବିଭାଗ ଏହି ନିର୍ଦେଶକୁ ବେଖାତିର କରି ଅସହ୍ୟ ତାତିରେ ଦିନ ୧ଟାରେ ଶିଳାନ୍ୟାସ ଉତ୍ସବ ଆୟୋଜନ କଲେ ଓ ଏଥିରେ ଖୋଦ ବିଧାୟକଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତ ରହି ଶୋଭାଯାତ୍ରାରେ ସାମିଲ ହେଲେ ଯାହାକି ସରକାରୀ ନିୟମର ଖୋଲାଖୋଲି ଉଲଂଘନ କଲେ ଏହାର ଏକ ଉଚସ୍ତରୀୟ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ କଟକ ଜିଲ୍ଲାପାଳ ନିକଟରେ ଅଭିଯୋଗ ହୋଇଛି । ଅପର ପକ୍ଷରେ ହିଟ ୱେଭ ଯୋଗୁ ଯଦି କାହାର ଜୀବନ କ୍ଷତି ହୋଇଥାନ୍ତା ତାହାର ଉତ୍ତରଦାୟୀ କିଏ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Exit mobile version