Home ଓଡ଼ିଶା ୯ଏମ ଫର୍ଟିଲିଟି ଭୁବନେଶ୍ୱର ପକ୍ଷରୁ ଆଇୟୁଆଇ ରି-ଏନଭିଜନଡ କର୍ମଶାଳା ଆୟୋଜିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ୯ଏମ୍ ପର୍ଟିଲିଟି ପକ୍ଷରୁ ସଫଳତାର ସହ ଇନ୍ଟ୍ରାୟୁଟେରାଇନ ଇନ୍ସେମିନେଶନ (ଆଇୟୁଆଇ) ପ୍ରସଙ୍ଗ ଉପରେ ଏକ ବିସ୍ତୃତ ସିଏମ୍ଇ ଓ କର୍ମଶାଳା ‘ଆଇୟୁଆଇ ରି-ଏନ୍ଭିଜନ୍ଡ’ର ଆୟୋଜନ କରାଯାଇଛି । ୯ଏମ୍ ଫର୍ଟିଲିଟି ହେଉଛି ମହିଳା ଓ ଶିଶୁମାନଙ୍କ ପାଇଁ ଭୁବନେଶ୍ୱରର ଅଙ୍କୁର ହସ୍ପିଟାଲର ଏକ ପ୍ରମୁଖ ପ୍ରଜନନ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ସ୍ୱସ୍ତି ପ୍ରିମିୟମଠାରେ ଇଣ୍ଡିଆନ ଫର୍ଟିଲିଟି ସୋସାଇଟି (ଆଇଏଫଏସ) ଏବଂ ଭୁବନେଶ୍ୱର ଓବ୍ଷ୍ଟ୍ରେଟିକ ଆଣ୍ଡ ଗାଇନାକୋଲୋଜିକାଲ ସୋସାଇଟି (ବିଓଜିଏସ୍) ସହ ସହଭାଗିତାରେ ଆୟୋଜନ କରାଯାଇଥିଲା । ଏହି ପ୍ରଥମ ଧରଣ କର୍ମଶାଳା ଫର୍ଟିଲିଟି ପ୍ରଫେସନାଲଙ୍କୁ ଆଇୟୁଆଇ ପଦ୍ଧତି କ୍ଷେତ୍ରରେ ନୂତନ କ୍ଲିନିକାଲ ପ୍ରୋଟୋକଲ ଓ ବ୍ୟବହାରିକ ଅଭିଜ୍ଞତା ସହ ସୁସଜ୍ଜିତ କରିବା ପାଇଁ ଲକ୍ଷ୍ୟ ରଖିଥିଲା । ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ନେତୃତ୍ୱାଧୀନ ବକ୍ତୃତା, ଆଲୋଚନା ଏବଂ ସିମେନ ପ୍ରସ୍ତୁତି ଓ ଆଇୟୁଆଇ ପଦ୍ଧତି ପାଇଁ ଏକ ଭର୍ଚୁଆଲ ସିମୁଲେଟରର ବ୍ୟବହାର କରି ତାଲିମ ପ୍ରଦାନ କରିବା ସାମିଲ ଥିଲା । ୯ଏମ୍ ଫର୍ଟିଲିଟି ଭୁବନେଶ୍ୱରର ଇନ୍ଫର୍ଟିଲିଟି ସ୍ପେଶିଆଲିଷ୍ଟ ଡା. ସୌମ୍ୟା ଦାସ ଏହି ବୈଜ୍ଞାନିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଏବଂ ‘ଆସ୍କ ଦ ଏକ୍ସପର୍ଟସ ପ୍ୟାନେଲ’ର ପରିଚାଳନା କରିଥିଲେ । ସେ “ଆଇୟୁଆଇ : ହ୍ୱାଟ ଇଜ୍ ଏସେନ୍ସିଆଲ ଟୁ ନୋ” ପ୍ରସଙ୍ଗ ଉପରେ ଏକ ପ୍ରମୁଖ ଅଧିବେଶନର ପରିଚାଳନା କରିଥିଲେ ଯାହା ବ୍ୟବହାରିକ ଓ ପ୍ରମାଣ ଭିତିକ ଆଭିମୁଖ୍ୟଗୁଡିକ ଉପରେ ଗୁରୁତ୍ୱ ଦେଇଥିଲା । ଏହି କର୍ମଶାଳାରେ ଡା. ନିମ୍ଫିଆ ୱାଲେଚା (ଫର୍ଟିସ, ସାଲିମାର ବାଗ) ‘ହାଓ ଟୁ ହ୍ୟାଣ୍ଡେଲ ଟ୍ରିକି ସିଚୁଏଶନ୍ସ ଇନ ଆଇୟୁଆଇ’ ପ୍ରସଙ୍ଗରେ, ଡା. ଅଞ୍ଜୁ ମାଧବନ (ନିଓଭିଟା ଫର୍ଟିଲିଟି, କେରଳ) “ଅପ୍ଟିମାଲ ଷ୍ଟିମୁଲେଶନ ପ୍ରୋଟୋକଲ୍ସ ଇନ ଆଇୟୁଆଇ” ପ୍ରସଙ୍ଗରେ ଏବଂ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସାମନ୍ତରାୟ “ସେଟିଙ୍ଗ ଅପ୍ ଆନ ଆଇୟୁଆଇ ଲ୍ୟାବ ଆଣ୍ଡ ସିମେନ ପ୍ରିପାରେଶନ” ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି କର୍ମଶାଳା ଚିକିତ୍ସକୀୟ ଉତ୍କର୍ଷତା, ଶିକ୍ଷା ଓ ଉଦ୍ଭାବନ ମାଧ୍ୟମରେ ପ୍ରଜନନ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପ୍ରତି ୯ଏମ ଫର୍ଟିଲିଟିର ପ୍ରତିଶ୍ରୁତିବଦ୍ଧତାକୁ ସୁଦୃଢ କରିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ by Proprietor Abhimanyu Maharana June 27, 2026 ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ by Proprietor Abhimanyu Maharana June 27, 2026 ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ by Proprietor Abhimanyu Maharana June 27, 2026 ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana June 27, 2026 "ଆଶା" ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana June 27, 2026 ମାଁ ଶୁକ୍ର ଶୁକ୍ରାଣୀଙ୍କ ଭୂମି ପୂଜନ ଉତ୍ସବରେ ଯୋଗ ଦେଲେ ବିଧାୟକ by Proprietor Abhimanyu Maharana June 27, 2026