Home ଓଡ଼ିଶା ବ୍ଳକସ୍ତରୀୟ କ୍ରିକେଟ ଆଳୁପାଟଣା ଦଳ ଚମ୍ପିୟାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ତିଛିଣି ମହାମାନବ ମହାତ୍ମାଗାନ୍ଧୀ ଯୁବକ ସଂଘ ଆନୁକୂଲ୍ୟରେ ତ୍ରିଲୋଚନେଶ୍ୱର ଦେବ ଷ୍ଟାଡିୟମ ଠାରେ ଚାଲିଥିବା ୨୨ ତମ ବ୍ଳକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଆଳୁପାଟଣା ଦଳ ଚମ୍ପିୟାନ ହୋଇଛି । ଏହି ଦିବସର ଖେଳ ତ୍ରିଲୋଚନେଶ୍ଵର ଦେବ କ୍ରିକେଟ ଟିମ ତିଛିଣି ବନାମ ଏଭ୍ରି ଗ୍ରୀନ କ୍ରିକେଟ ଟିମ ଆଳୁପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଳୁପାଟଣା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୧୦୩ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତିଛିଣି ଦଳ ଆବଶ୍ୟକ ରନ ସଂଗ୍ରହ ନକରିପାରି ପରାଜୟ ହୋଇଥିଲା । ପ୍ରକାଶ କୁମାର ପଲେଇ, ଯଶୋବନ୍ତ ଜେନା ଖେଳ ପରିଚାଳନା କରିଥିବା ବେଳେ ଅଜୟ କୁମାର ପ୍ରଧାନ, ହିରଣ୍ୟ ସାହୁ, ତପନ କୁମାର ଜେନା ଧାରବିବରଣୀ ଏବଂ ମୁନ୍ମୟ ସାହୁ ସ୍କୋର ବୋର୍ଡରେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲଣ୍ଡା ପଞ୍ଚାୟତ ସରପଞ୍ଚ ବିଷ୍ଣୁ ପ୍ରିୟା ବିଶ୍ୱାଳ, ସମିତିସଭ୍ୟା ମାନସୀ ସାହୁ, ଅଲଣ୍ଡା ପଞ୍ଚାୟତ ବିଜେପି ସଭାପତି ଶରତ ଚନ୍ଦ୍ର ଜେନା, ତିଛିଣି ଗ୍ରାମ୍ୟ କମିଟି ସମ୍ପାଦକ କୁମର ସାହୁ, ବୀଣାପାଣି ୟୁଥ କ୍ଳବ ସମ୍ପାଦକ ବୈକୁଣ୍ଠ ଜେନା, ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳାଇ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ଖେଳ, ପୁରୀ, ହୋମ୍ Related Content ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା by Proprietor Abhimanyu Maharana October 27, 2026 Amway India Opens revamped, upgraded stores in Berhampur and Balasore by Proprietor Abhimanyu Maharana October 27, 2026 ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ by Proprietor Abhimanyu Maharana October 27, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ by Proprietor Abhimanyu Maharana October 27, 2026 ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା by Proprietor Abhimanyu Maharana October 27, 2026 କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା by Proprietor Abhimanyu Maharana October 27, 2026