Home ଓଡ଼ିଶା ବ୍ଳକସ୍ତରୀୟ କ୍ରିକେଟ ଆଳୁପାଟଣା ଦଳ ଚମ୍ପିୟାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ତିଛିଣି ମହାମାନବ ମହାତ୍ମାଗାନ୍ଧୀ ଯୁବକ ସଂଘ ଆନୁକୂଲ୍ୟରେ ତ୍ରିଲୋଚନେଶ୍ୱର ଦେବ ଷ୍ଟାଡିୟମ ଠାରେ ଚାଲିଥିବା ୨୨ ତମ ବ୍ଳକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଆଳୁପାଟଣା ଦଳ ଚମ୍ପିୟାନ ହୋଇଛି । ଏହି ଦିବସର ଖେଳ ତ୍ରିଲୋଚନେଶ୍ଵର ଦେବ କ୍ରିକେଟ ଟିମ ତିଛିଣି ବନାମ ଏଭ୍ରି ଗ୍ରୀନ କ୍ରିକେଟ ଟିମ ଆଳୁପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଳୁପାଟଣା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୧୦୩ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତିଛିଣି ଦଳ ଆବଶ୍ୟକ ରନ ସଂଗ୍ରହ ନକରିପାରି ପରାଜୟ ହୋଇଥିଲା । ପ୍ରକାଶ କୁମାର ପଲେଇ, ଯଶୋବନ୍ତ ଜେନା ଖେଳ ପରିଚାଳନା କରିଥିବା ବେଳେ ଅଜୟ କୁମାର ପ୍ରଧାନ, ହିରଣ୍ୟ ସାହୁ, ତପନ କୁମାର ଜେନା ଧାରବିବରଣୀ ଏବଂ ମୁନ୍ମୟ ସାହୁ ସ୍କୋର ବୋର୍ଡରେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲଣ୍ଡା ପଞ୍ଚାୟତ ସରପଞ୍ଚ ବିଷ୍ଣୁ ପ୍ରିୟା ବିଶ୍ୱାଳ, ସମିତିସଭ୍ୟା ମାନସୀ ସାହୁ, ଅଲଣ୍ଡା ପଞ୍ଚାୟତ ବିଜେପି ସଭାପତି ଶରତ ଚନ୍ଦ୍ର ଜେନା, ତିଛିଣି ଗ୍ରାମ୍ୟ କମିଟି ସମ୍ପାଦକ କୁମର ସାହୁ, ବୀଣାପାଣି ୟୁଥ କ୍ଳବ ସମ୍ପାଦକ ବୈକୁଣ୍ଠ ଜେନା, ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳାଇ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ଖେଳ, ପୁରୀ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026