ଦଶପଲ୍ଲାରେ କାର୍ଲମାକ୍ସି ଜୟନ୍ତୀ

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ଇଲେଭେନ ଷ୍ଟାର କ୍ଲବ୍‌ଠାରେ ମହାନ୍ ଦାର୍ଶନିକ,ରାଜନୀତି ବିଜ୍ଞାନୀ, ଅର୍ଥନୀତିଜ୍ଞ, ସମାଜ ବିଜ୍ଞାନୀ କାର୍ଲମାକ୍ସିଙ୍କ ୨୦୨ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। କୃଷକ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ବକ୍ତାମାନେ କାର୍ଲମାକ୍ସିଙ୍କ ଜୀବନ ଆଦର୍ଶ ଶ୍ରମିକ ଶ୍ରେଣୀ ପାଇଁ ଲଢ଼େଇରେ ବାସ୍ତବ ଅଭିଜ୍ଞତା ସହିତ ମାନବ ସମାଜ ପାଇଁ ସାମ୍ୟବାଦ ଭଳି ଏକ ଯୁଗାନ୍ତକାରୀ ତତ୍ତ୍ବ ପ୍ରଦାନ କରି ଯାଇଥିବା କହିଥିଲେ ।

ଏହା ମାନବ ସମାଜ ପାଇଁ ଏକ ଅମୂଲ୍ୟ ଅବଦାନ । ଏହି ତତ୍ତ୍ବ ସତ୍ୟ, ଅଭ୍ରାନ ଏବଂ ବିଜ୍ଞାନ ସିଦ୍ଧ ଅଟେ l ଏହା ପୃଥିବୀର ବିଭିନ୍ନ ଦେଶରେ ପରୀକ୍ଷିତ ହୋଇଅଛି। ଶୋଷିତ ମଣିଷର ମୁକ୍ତି ପାଇଁ ଏହା ଆମୋଘ ଅସ୍ତ୍ର ଅଟେ ବୋଲି ବକ୍ତାମାନେ ମତ ଦେଇଥିଲେ l ଏହି ସଭାରେ ବିଶିଷ୍ଟ ବାମପନ୍ଥୀ ନେତା ଶରତଚନ୍ଦ୍ର ବେହେରା, ପ୍ରକାଶ ମଣ୍ଡଳ, ଜୟନ୍ତୀ ଦାଶ, ବିପିନ ବାଜୁ, ଶଙ୍କର ବରାଡ଼, ତ୍ରିନାଥ ବେହେରା, ନିରଞ୍ଜନ ନାୟକ ଓ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ l

Exit mobile version