Home ଓଡ଼ିଶା ଧଳପଡା କ୍ଲଷ୍ଟର ସିଆରସି ରାଜ୍ୟ ସରକାରଙ୍କ ସବୁ ନିତି ନିୟମକୁ ଫୁ କରି ଚାଲିଛନ୍ତୀ : ନିଧୂମ ଖରାରେ ସମ୍ବର୍ଦ୍ଧନା ଆଳରେ ବିଦ୍ୟାଳୟ – ଛାତ୍ର ଛାତ୍ରୀ ସିଝିଲେ ଖରାରେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନିଶ୍ଚିନ୍ତକୋଇଲି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ଭୟାବହ ଗ୍ରୀଷ୍ମ ପ୍ରବାହ କାରଣରୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସକାଳୁଆ ସ୍କୁଲ ଚାଲିଥିବା ବେଳେ ପ୍ରଚଣ୍ଡ ରୁଦ୍ରତାପକୁ ଆଖି ଆଗରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ଅତି ଆବଶ୍ୟକ ପଡିଲେ ବାହାରକୁ ଗଲେ ପାଣି ଛତା ଆଦି ଆବଶ୍ୟକ ସାମଗ୍ରୀ ନେଇ ସାବଧାନତାର ସହ ଯିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ବିଭାଗ ଅଧିନ ଅଞ୍ଚଳରେ ଶିକ୍ଷକ ମାନେ ବେଧଡକ ଓ ବେପରୱା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏପରିକି ଗତ ମାସରେ ଅବସର ନେଇଥିବା ଜଣେ ପ୍ରଧାନଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଆଳରେ ଆଜି ଗୁରୁବାର ମଧ୍ୟାହ୍ନରେ ସମ୍ବର୍ଦ୍ଧନା ସଭା କରିବା ଓ ସେଥିରେ କୋମଳମତି ଛାତ୍ରଛାତ୍ରୀ ଯୋଗଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ପଞ୍ଚାୟତ ଗୋପପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ନାୟକ ଗତ ଏପ୍ରିଲ ମାସରେ ବିଦ୍ୟାଳୟରୁ ଅବସର ନେଇଥିଲେ। ସକାଳୁଆ ସ୍କୁଲ ଚାଲିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସରକାର ସମସ୍ତ ସ୍କୁଲ କଲେଜ ଗୁଡିକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଉକ୍ତ ବିଦ୍ୟାଳୟ ଅଧିନସ୍ଥ ଧଳପଡା କ୍ଲଷ୍ଟରର ସିଅରସିସି ନରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଗୁରୁବାର ମଧ୍ୟାହ୍ନରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଏଥିରେ ନିଶ୍ଚିନ୍ତକୋଇଲି ମଣ୍ଡଳର ଅତିରିକ୍ତ ଶିକ୍ଷାଧିକାରୀ ସୁଶିଲ କୁମାର ଚକ୍ରବର୍ତ୍ତୀ, ପ୍ରଭାତ କୁମାର ବେହେରା, ଜାକିର ହୁସେନଙ୍କ ସହ ବହୁ ସିଅରସିସି, ପ୍ରଧାନଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ ଯୋଗ ଦେଇଥିବା ବେଳେ କୋମଳମତି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଦ୍ୟାଳୟରେ ସଭା ସମିତି କରିବାକୁ ସରକାରଙ୍କ ସମ୍ପୂର୍ଣ ବାରଣ ଥିବାବେଳେ ସମ୍ବର୍ଦ୍ଧନା ସଭା କରିବାପାଇଁ ସିଅରସିସି ମହୋଦୟ କାହାଠାରୁ ଅନୁମତି ଆଣିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ମଣ୍ଡଳ ଶିକ୍ଷା ଅଧିକାରିଣୀଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାକୁ ହାଲୁକାରେ ନେଇଥିବା ବେଳେ ଶିକ୍ଷା ବିଭାଗରେ ସମସ୍ତ ପ୍ରକାର ଅନ୍ୟାୟ ଅନୀତି ଦୁର୍ନୀତିକୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଘଣ୍ଟ ଘୋଡାଇବା ସିଦ୍ଧହସ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ ଏହାକୁ ଗୁରୁତ୍ଵର ସହିତ ନେଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି l Categories: ଓଡ଼ିଶା, କଟକ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026