ପୁରୀଠାରେ ବନ୍ଦେ ଉତ୍କଳ ମହାସଂଘର ଏକ ନିଆରା କର୍ମଶାଳା ଅନୁଷ୍ଠିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀର ସାଲବେଗ ମଣ୍ଡପ ଠାରେ ରାଜ୍ୟସ୍ତରୀୟ ସଂଗଠନ ବନ୍ଦେ ଉତ୍କଳ ମହାସଂଘର ଏକ ନିଆରା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଆର କର୍ମଶାଳାରେ ମଥୁରାର ବ୍ଲାକ କମାଣ୍ଡୋ ଜୁଗେନ୍ଦ୍ର ସିଂ ଉଦଘାଟକ ଭାବେ ଯୋଗ ଦେଇଥିଲାବେଳେ ଏଥିରେ ଦିଲ୍ଲୀର ବିଧାୟକ ନରେଶ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାସଂଘର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ବଖାଣିବା ସହ ସଂଗଠନର କଳାକାରଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟକରୁଥିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

ମହାସଂଘର ସଭାପତି ବିଜୟ କୁମାର ମିଶ୍ର ଏହି ବୈଠକରେ ସଭାପତି କରିଥିବାବେଳ ସଂଗଠନର କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ନାୟକ, ସଭା ପରିଚାଳନା କରିଥିଲେ । ପୁରୀ ସମ୍ପାଦିକା ମିରା ମହାନ୍ତି ଏବଂ ସଂଗଠନ ରାଜ୍ୟ ଉପସଭାପତି ବିବେକାନନ୍ଦ ବେଉରା କାର୍ଯ୍ୟକ୍ରମ ସଂଯୋଜନା ସହଯୋଗ କରିଥିଲା ବେଳେ ଏଥିରେ ସଂପାଦକ ଵିନୋଦ କୁମାର ଭୋଇ,ଉପସଭାପତି ପ୍ରସନ୍ନ ପାତ୍ର, ଜିଲ୍ଲା ସୁଧାକର ଭୋଇ ବିକାଶ ପ୍ରଧାନ, 

ପୁଷ୍ପଲତା ପାତ୍ର, ମିତାଞ୍ଜଳୀ ବେହୁରା, ଚନ୍ଦ୍ରଶେଖର ସାମଲ,ପରିଚାଳନା ସଂପାଦକ ମନୋରଂଜନ ପାତ୍ର, ପ୍ରମୁଖ ସମେତ ରାଜ୍ୟର ବହୁକଳାକାର ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ଛତିଶଗଡରୁ ଆସିଥିବା କଳାକାର ମାନେ ସୁନ୍ଦର କଳାପରିବେଷଣ କରଥିଲେ ଜିଲ୍ଲା ସଂଯୋଜକ , ପରମାନନ୍ଦ ଘିଭେଳା ତାଙ୍କ ସାଥି ଓ ପୁରୀର କୁନିକଳାକାର ମାନେ ମଧ୍ୟ କଳା ପରିବେଷଣ କରିଥଲେ ।

ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ଦିଲ୍ଲୀରେ ହେବାକୁ ଥିବା ସର୍ବଭାରତୀୟ କଳା ଓ ସଂସ୍କୃତିକ ସମ୍ମିଳନୀ ଏବଂ ଜାତୀୟ ସମ୍ମାନ ଉତ୍ସବ ଭାରତ ପାକିସ୍ତାନ ଯୁଦ୍ଧ ହେବା ନେଇ ଅନିଦିଷ୍ଟ ସମୟ ପାଇଁ ବନ୍ଦ ରହିଲା । ତେଣୁ ଆସନ୍ତା ମାସରେ ସେହି ଜାତୀୟ ଉତ୍ସଵ ଭୁବନେଶ୍ୱର କିମ୍ବା ପୁରୀରେ କରିବା ପାଇଁ ଆଜିର କର୍ମସାଳାରେ ନିଷ୍ପତ୍ତି ନିଆଗଲା। ଶେଷରେ ଅଶୋକ ପଟନାଏକ ଧନ୍ୟବାଦ ଦେଇଥଲେ l

Exit mobile version