ତାଜମହଲ ୟେଲୋ ଜୋନରେ ହାଇ ଆଲର୍ଟ କରିଦିଆଯାଇଛି । ୯ଟି ଚେକିଂ ବ୍ୟାରିୟର, ୬ ଓ୍ବାଚ୍ ଟାଓ୍ବର ଓ ୮ ବୁଲେଟ ପ୍ରୁଫ୍ ମୋର୍ଚ୍ଚା ୨୪ ଘଣ୍ଟା ଆକ୍ଟିଭ୍ ରହିଛି ।
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ତାଜମହଲ ସୁରକ୍ଷାକୁ ନେଇ ପୁଣି ଥରେ ହାଇ ଆଲର୍ଟ ଜାରି କରାଯାଇଛି । ନିକଟରେ ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ କେନ୍ଦ୍ରରୁ ସୁରକ୍ଷାକୁ ନେଇ ଖାସ୍ ନିର୍ଦ୍ଦେଶ ଆସିଛି । ଏହା ପରେ ତାଜମହଲର ୟେଲୋ ଜୋନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତାଜମହଲ ପରିସର ଓ ଆଖପାଖ ସୁରକ୍ଷା ଘେରାକୁ ମଜଭୁତ କରାଯାଇଛି ।
