Home ଓଡ଼ିଶା ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାଇକମାଲ (ଓଡ଼ିଶା ତାଜା ନ୍ୟୁଜ୍) :- ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଅଟନ୍ତି । ଶ୍ରୀ ବିଜୟ ପୁରୋହିତ ସମ୍ବଲପୁର ମାଇନିଂ ଅଫିସ ରୁ ୨୦୧୬ ମସିହାରୁ ଅବସର ନେବାପରେ ପାଇକମାଲ ଗ୍ରାମରେ ସମସ୍ତ ୪ ଭାଇଙ୍କ ସହ ଏକାଠି ରହୁଥିଲେ । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରୁ ବିଏସସି,ବିଇଡି ଡିଗ୍ରୀ ହାସଲ କରିବା ସହ କିଛି ବର୍ଷ ସମ୍ବଲପୁର ସ୍ଥିତ ଶ୍ରୀମାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରୁଥିଲେ । ସେ ଜଣେ ମେଲାପୀ ଓ ଧର୍ମପରାୟଣ ମହିଲା ଥିଲେ । ଗତ କିଛି ବର୍ଷ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ପାଇକମାଲ ଗାଁରେ ଶୋକର ଛାୟା ଖେଲି ଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇକମାଲ ସ୍ଥିତ ସ୍ବର୍ଗଦୁଆର ଠାରେ ଅନୁଷ୍ଠିତ ହେବା ବେଳେ ତାଙ୍କ ସ୍ବାମୀ ଶ୍ରୀ ବିଜୟ କୁମାର ପୁରୋହିତ ଓ ତିନିଭାଇ ଶ୍ରୀ ଗିରିଧାରୀ ପୁରୋହିତ,ଆଇନଜୀବୀ ରାମ ରତନ ପୁରୋହିତ,ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ସମସ୍ତ ପରିବାର ବନ୍ଧୁ,ସଜ୍ବନ ଉପସ୍ଥିତ ଥିଲେ । ବଡପୁଅ ଶ୍ରୀ ସିଦ୍ଧାନ୍ତ ପୁରୋହିତ ମୁଖାଗ୍ନି ଦେଇଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026