Home ଓଡ଼ିଶା ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାଇକମାଲ (ଓଡ଼ିଶା ତାଜା ନ୍ୟୁଜ୍) :- ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଅଟନ୍ତି । ଶ୍ରୀ ବିଜୟ ପୁରୋହିତ ସମ୍ବଲପୁର ମାଇନିଂ ଅଫିସ ରୁ ୨୦୧୬ ମସିହାରୁ ଅବସର ନେବାପରେ ପାଇକମାଲ ଗ୍ରାମରେ ସମସ୍ତ ୪ ଭାଇଙ୍କ ସହ ଏକାଠି ରହୁଥିଲେ । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରୁ ବିଏସସି,ବିଇଡି ଡିଗ୍ରୀ ହାସଲ କରିବା ସହ କିଛି ବର୍ଷ ସମ୍ବଲପୁର ସ୍ଥିତ ଶ୍ରୀମାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରୁଥିଲେ । ସେ ଜଣେ ମେଲାପୀ ଓ ଧର୍ମପରାୟଣ ମହିଲା ଥିଲେ । ଗତ କିଛି ବର୍ଷ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ପାଇକମାଲ ଗାଁରେ ଶୋକର ଛାୟା ଖେଲି ଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇକମାଲ ସ୍ଥିତ ସ୍ବର୍ଗଦୁଆର ଠାରେ ଅନୁଷ୍ଠିତ ହେବା ବେଳେ ତାଙ୍କ ସ୍ବାମୀ ଶ୍ରୀ ବିଜୟ କୁମାର ପୁରୋହିତ ଓ ତିନିଭାଇ ଶ୍ରୀ ଗିରିଧାରୀ ପୁରୋହିତ,ଆଇନଜୀବୀ ରାମ ରତନ ପୁରୋହିତ,ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ସମସ୍ତ ପରିବାର ବନ୍ଧୁ,ସଜ୍ବନ ଉପସ୍ଥିତ ଥିଲେ । ବଡପୁଅ ଶ୍ରୀ ସିଦ୍ଧାନ୍ତ ପୁରୋହିତ ମୁଖାଗ୍ନି ଦେଇଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍ ଜବତ by Proprietor Abhimanyu Maharana October 31, 2026 ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ, : କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ by Proprietor Abhimanyu Maharana October 31, 2026 ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଗାଁ ଗାଁରେ ବିଜେପି କାର୍ଯ୍ୟକର୍ତ୍ତା, : ପ୍ରଭାବିତ ପରିବାରଙ୍କ ଘରେ ପହଞ୍ଚି ଦୁଃଖ ଓ ସମସ୍ୟା ବୁଝିଲେ ଦଳୀୟ ପ୍ରତିନିଧି by Proprietor Abhimanyu Maharana October 31, 2026 ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର by Proprietor Abhimanyu Maharana October 31, 2026 କନ୍ଧମାଳରେ ବର୍ଷା ବିପର୍ଯ୍ୟୟ : ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ - ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା by Proprietor Abhimanyu Maharana October 31, 2026 ବ୍ରହ୍ମଗିରି କାଳିକାବାଡି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ : ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି by Proprietor Abhimanyu Maharana October 31, 2026