ନାଇଟିଙ୍ଗେଲଙ୍କ ଜନ୍ମଦିନ ଓ ନର୍ସିଙ୍ଗସ୍କୁଲ ର ବାର୍ଷିକ ଉତ୍ସଵ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ୨୦୫ତମ ଜନ୍ମ ସପ୍ତାହ ଏବଂ ବାଳିଗୁଆଲିସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚୁସନର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି ।ପ୍ରିୟଙ୍କା ଦେବୀ କଲେଜର ଅଧ୍ୟକ୍ଷା କମଳା ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କା୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣ ରେ ନର୍ସିଂ ଏକ ସର୍ବୋକୃଷ୍ଟ ସେବା ଏଵଂ ତ୍ୟାଗ ଏଵଂ ଆତ୍ମୋସଚାର ବାର୍ତ୍ତା ଦିଏ। ଏହା ସମାଜର ଉପାନ୍ତର ସର୍ବୋଚ୍ଚ ଶିଖର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷ ତଥା ଜରାଜୀର୍ଣ୍ଣ ବ୍ୟଧ୍ୟା ଗ୍ରସ୍ତ ମନୁଷ୍ୟ ର ଉପଶମ ର ମାର୍ଗ ପ୍ରଶସ୍ତ କରାଯାଇଥାଏ ବୋଲି ବକ୍ତବ୍ୟ ରଖିଥିଲେ।

ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମହୋଦୟ ସମ୍ମାନିତ ଅତିଥି ଏବଂ ମନୋଜ କୁମାର ତ୍ରିପାଠୀ (ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ )ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମାଜର କଲ୍ୟାଣରେ ନର୍ସିଂ ସେବାର ଭୂମିକା ଏବଂ ତାର ବିଶିଷ୍ଟତା ଉପରେ ଆଲୋକପାତ କରିଥିଲେ। ଅବସପ୍ରାପ୍ତ ସହକାରୀ ନର୍ସିଂ ଅଧିକ୍ଷକା ସବିତା କୁମାରୀ ପତି ତାଙ୍କ ଜୀବନର ସେବାନୁଭୂତି ବିଷୟରେ ଅବଧାରଣା ଦେଇଥିଲେ। ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଂର ଅଧ୍ୟକ୍ଷା ପାର୍ବତୀ ପରିଡ଼ା ଛାତ୍ରଛାତ୍ରୀ ସେବାନୁଭୂତି ହେବା ପାଇଁ ପ୍ରୋତ୍ସାହିତ କରିବା ସହ ଅଧ୍ୟାପିକା ସୋନାଲି ପ୍ରଧାନ ଶପଥ ପାଠ କରାଇଥିଲେ।

ସଭାକାର୍ଯ୍ୟ ସୁବ୍ୟବସ୍ଥିତ ଭାବେ ପରିଚାଳନା ହୋଇଥିଲା। ଏହି ଅବସରରେ ବାର୍ଷିକ ପତ୍ରିକା “ପ୍ରଜ୍ଞା ପ୍ରବାହ”ର ଦ୍ଵିତୀୟ ସଂସ୍କରଣ ଓନ୍ମଚିତ ହୋଇଥିଲା। ଗ୍ରୁପ୍ ଅଫ୍ ଇନ୍ସ୍ତିଟୁସନର ନିର୍ଦ୍ଦେଶକ ଡ଼ା ବାବୁଲା ବେହେରା ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ ବିଶିଷ୍ଟ୍ ନାଟ୍ୟକାର ତଥା ଉପସ୍ଥାପକ କୁମୁଦ ଶତପଥୀ ମଞ୍ଚପରିଚଳନ କରିଥିଲେ। ମୟୂରଭଞ୍ଜ କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ମଧୁସ୍ମିତା ରଥ ସମସ୍ତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ପରିଚାଳନ ତଥା ବିଶିଷ୍ଟ ସଂଯୋଜନା କରିଥିଲେ।

ଏଇ ଅବସରରେ ରବୀନ୍ଦ୍ର ନାଥ ବାହିନୀପତି, ନୟନା ସାସମଲ, ଡ ନରହରି ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଳୀ ପ୍ରସନ୍ନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ବାର୍ଷିକ କ୍ରୀଡା ଉତ୍ସବ ତଥା ବିଭିନ୍ନ କୃତି ପ୍ରତିଯୋଗୀଙ୍କ ସମ୍ମାନିତ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ସଂଗୀତ ଓ ନାଟକ ପରିବେଷଣ କରାଯାଇଥିଲା । ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆଶିଷ କୁମାର ସାଥୁଆ ଓ ସହକର୍ମୀ ପରିଚାଳନା କରିଥିଲେ।

Exit mobile version