Home ଓଡ଼ିଶା ବେଲଘର ସୁ ସମାଚାର ମହୋତ୍ସବ କୁ ନେଇ ଅସନ୍ତୋଷ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ଚାପା ଉତ୍ତେଜନା – କଡା ସୁରକ୍ଷା ବ୍ୟବସ୍ଥା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟସ୍ଥ ଝାଲିପଡା ଠାରେ ଦୁଇ ଦିନିଆ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି । ବୁଧବାର ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏହି ସଭାକୁ ପଞ୍ଜାବ ରୁ ଧର୍ମ ଜାଜକ କିଶୋର ସାଗର ଓ ରାୟଗଡା ରୁ ଇସ୍ରାଇଲ କୋଷଲା ଆସି ଧର୍ମ ବାଣୀ ପ୍ରଦାନ କରିଥିଲେ । ସ୍ଥାନୀୟ କର୍ଣ୍ଣେଲିୟ ନାୟକ ସଭା ପରିଚାଳନା କରିଥିବା ବେଳେ ବନାମ୍ର ନାୟକ ସହଯୋଗ କରିଥିଲେ । ଉତ୍ତେଜନା କୁ ଆଖି ଆଗରେ ରଖି ସଭା ସ୍ଥଳରେ ମାଜିଷ୍ଟେଟ ଦାୟିତ୍ଵ ରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା , ବାଲିଗୁଡା ଉପ ଜିଲ୍ଲାପାଳ କାର୍ଯ୍ୟଳୟ ର ଅତିରିକ୍ତ ଜିଲ୍ଲାପାଳ ଧୀରଜ ପାତ୍ର , ତହସିଲଦାର ଙ୍କ ସମେତ ଡିଏସପି ଗୋବିନ୍ଦ ଚନ୍ଦ୍ର ବୁର୍ଦା , ଅରୁଣ କୁମାର ନାୟକ ,ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲେ । ଘଟଣା କୁ ନଜରରେ ରଖି କନ୍ଧମାଳ ଏସପି ହରିଶ ବିଶି ଓ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ପହଞ୍ଚି ସ୍ଥାନୀୟ ସରପଞ୍ଚ ସମେତ ଗୁମା ସରପଞ୍ଚ ବିଲାମାଳ ସମେତ ଅଞ୍ଚଳର ୪୦ ରୁ ୫୦ ବ୍ୟକ୍ତି ଙ୍କୁ ଡାକି ବୁଝା ସୁଝା କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧି ଙ୍କୁ ନ ଜଣାଇ କିଭଳି ପ୍ରଶାସନ ଅନୁମତି ଦେଲା ତାହା ଲୋକ ଦୋହୋରାଇବା ସହ ଅପ୍ରୀତିକର ବାତାବରଣ ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି କହିଥିଲେ । କଡା ସୁରକ୍ଷା ମଧ୍ୟରେ ଆଜି ଧର୍ମ ସଭା ଶେଷ ହୋଇଥିବା ସ୍ଥାନୀୟ ଥାନା ଅଧିକାରୀ ସୋମ୍ୟ ରଞ୍ଜନ ପଟି କହିଛନ୍ତି । ବେଲଘର ଅଞ୍ଚଳରେ ଆଦିମ ଜନଜାତି କୁଟିଆ ଜନଜାତି ସମ୍ପ୍ରଦାୟ ର ଲୋକ ବସବାସ କରନ୍ତି ଏହା ସହ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି ଲୋକ ମିଳିତ ଭାବେ ବିଭିନ୍ନ ଯାନିଯାତ୍ରା କରୁଥିବା ବେଳେ କିଛି ବିଦେଶୀ ବ୍ୟକ୍ତି ଅଞ୍ଚଳ ରେ ପ୍ରବେଶ କରି ସରଳ ଲୋକଙ୍କୁ ପ୍ରଲୋଭନ ଦେଖାଇ ଧର୍ମାନ୍ତିକରଣ କରାଉଥିବାକୁ ଦେଖାଦେଇଛି ଚାପା ଉତ୍ତେଜନା । ସ୍ଥାନୀୟ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ଗୁମା ସରପଞ୍ଚ ସଞ୍ଜୁ ମାଝି ,ବିଲାମାଳ ସରପଞ୍ଚ ବାବିତା ମାଝି ,ଝିରିପାଣି ସରପଞ୍ଚ , ଅଭିଯୋଗ କରିଛନ୍ତି ଏହି ଅଞ୍ଚଳ ରେ ଲୋକେ ଡିମ୍ବୁଲି , ଶ୍ରମ୍ବୁଲି ଓ ସପାଙ୍ଗଡା ପ୍ରକୃତିକୁ ପୂଜା କରନ୍ତି । କିନ୍ତୁ କିଛି ବର୍ଷ ହେବ ବିଦେଶୀ ଶକ୍ତି ପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ବି ଧର୍ମ କୁ ନେଇ ଯାଉଛନ୍ତି ଯାହାକୁ ନେଇ ସେମାନଙ୍କ ଧରଣୀ ପେନୁ ପୂଜା ସ୍ଥଳକୁ ନଷ୍ଟ କରିଦେଉଛନ୍ତି । ଏହି ଅଞ୍ଚଳ ରେ ୯୦ ଭାଗରୁ ଉର୍ଦ୍ଧ ଆଦିମ ଜନଜାତି ରହୁଥିବା ବେଳେ ୧୦ ଭାଗ ଅନ୍ୟ ସମ୍ପ୍ରଦାୟ ର ମାତ୍ର କିଛି ବର୍ଷ ହେବ ୨୦ ରୁ ୨୫ ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି । ଏତିକି ସମୟରେ ଏଠାକାର ଲୋକ ଶାନ୍ତି ପୂର୍ଣ ରହିଥିବା ବେଳେ କାହାରୀକୁ ନ ପଚାରି ପ୍ରଶାସନ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ମଞ୍ଜୁରୀ ଦେବାକୁ ନେଇ ଉଠିଛି ପ୍ରଶ୍ନ । ବିଗତ ଦିନରେ ଜିଲ୍ଲା ପ୍ରଶାସନ ରୁଷିମାଳ ପର୍ବତରେ ୩ ଦିନିଆ କାର୍ଯ୍ୟ କାର୍ଯ୍ୟ କ୍ରମ କୁ ୩ ଦିନ ଅନୁମତି ଦେଇଥିବା ବେଳେ ୨ ଦିନରେ କରିବାକୁ ଚାପ ସୃଷ୍ଟି କରିଥିବା କହିଛନ୍ତି ଧର୍ମ ଜାଗରଣ ସମୁଖ୍ୟ ସଦସ୍ୟ ମାନେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026