Home ଓଡ଼ିଶା ସ୍ମୃତିରାଣୀଙ୍କ ଉଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆୟୋଜକ ଏନ ପି ଏସ ଶିକ୍ଷକ ସଂଘ ଗୋପ ବ୍ଲକ ଓ ତରଙ୍ଗିରା ଉପ୍ରା ବିଦ୍ୟାଳୟ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ମନୁଷ୍ୟ ଜୀଵନ ରେ ଯଦି କିଛି ଅଧିକ ଜାଣିବାର ଇଛା ଥାଏ ତେବେ ଶିକ୍ଷା ହି ଏକମାତ୍ର ମାର୍ଗ l ଯାହା ପାଖରେ ଯେତେ ଅଧିକ ସୂଚନା ସିଏ ସେତେ ଶକ୍ତିଶାଳୀ ଆଉ ସିଏ ସମସ୍ତ ଜ୍ଞାନ କୌଶଳ ର ଅଧିକାରୀ ମଧ୍ୟ ହୋଇଥାଏ l ସମସ୍ତ ଶିଶୁ ଙ୍କର ପ୍ରାରମ୍ବରୁ ଗୁରୁ ହେଲେ ପିତାମାତା ଓ ଦ୍ୱିତୀୟ ଗୁରୁ ହେଲେ ଶ୍ରେଣୀର ଶିକ୍ଷକ ଓ ଶିକ୍ଷୟତ୍ରୀ l ଏମିତି କିଛି ଅନେକ ହିତଉପଦେଶ ଦେଇଥିଲେ ସ୍ମୃତିରାଣୀ ମିଶ୍ର ତାଙ୍କ ଅବସକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ… l ଗୋପ ଶିକ୍ଷା ମଣ୍ଡଳ ଅଧିନସ୍ତ ତରଙ୍ଗୀର ଗଜାନନ ଉପ୍ରା ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ମୃତିରାଣୀ ମିଶ୍ରଙ୍କୁ ବିଦାୟ ଦେଲାବେଳେ ଉପସ୍ଥିତ ଅତିଥିଙ୍କ ମୁହରୁ ଅନେକ ଭାବପୂର୍ଣ୍ଣ ବକ୍ତ୍ୟବ୍ୟ ଶୁଣିବାକୁ ମିଳିଥିଲା l ସମସ୍ତ ଛାତ୍ର ଛାତ୍ରୀ ଙ୍କ ଗହଣରେ ସ୍ମୃତିରାଣୀ ସ୍ମୃତି ସାଉଁଠିଥିଲେ ଆଉ ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦ ନିଜ ନିଜର ଅନୁଭୂତି କୁ ତାଙ୍କ ଅବିଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ l ଉକ୍ତ ଅବସରକାଳୀନ ଉତ୍ସବ ରେ ସଭାପତିତ୍ୱ କରିଥିଲେ – ଅର୍ଜୁନ ଚରଣ ବେହେରା ପ୍ରଧାଶିକ୍ଷକ ତରଙ୍ଗୀର ଉଚ୍ଚ ବିଦ୍ୟାଳୟ l ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଯୁବରାଜ ବିଶ୍ୱାଳ ପୂର୍ବତନ ପ୍ରଧାନଶିକ୍ଷକ l ମୁଖ୍ୟ ଵକ୍ତା ଭାବେ ଯୋଗ ଦେଇଥିଲେ ରବୀନ୍ଦ୍ର ବେହେରା ପୂର୍ବତନ ପ୍ରଧାନଶିକ୍ଷକ l ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ହେଲେ ସୁକାନ୍ତ କୁମାର ଶତୃଶଲ୍ୟ, ଦୀପକ କୁମାର ସେନାପତି (ସି ଆର ସି ସି ) ଗୋପ କ୍ଲତଷ୍ଟୋର, ଶେକ ମକସୁଦ ହୋସେନ (ସମ୍ପାଦକ ) ଏନ ପି ଏସ ଶିକ୍ଷକ ସଂଘ ଗୋପ ବ୍ଲକ, ମୁସାହିଦ ତହସିନ ପରୁୱାଜ ( ଉପ-ସଭାପତି ) ଶିକ୍ଷକ ସଂଘ, ଏହାର ଆୟୋଜକ ଥିଲେ ଗୋପ ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ଓ ପ୍ରଧାନଶିକ୍ଷତ୍ରୀ ତରଙ୍ଗିରା ଉପ୍ରା ବିଦ୍ୟାଳୟ ତରଙ୍ଗିରା, ଗୋପ, ପୁରୀ l ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଉକ୍ତ ବିଦ୍ୟାଳୟ ର ଛାତ୍ରୀଛାତ୍ରୀ ବୃନ୍ଦ l ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବେ ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା l ଉକ୍ତ ଅବସର କାଳୀନ ଉତ୍ସବ ରେ ଗୋପ ବ୍ଲକ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପ-ଢ଼ୋକନ ପ୍ରଦାନ କରାଯାଇଥିଲା l ତତସହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଅନେକ ଉପହାର ସ୍ମୃତିରାଣୀ ଗୁରୁମା ଙ୍କ ପ୍ରଦାନ କରାଯାଇଥିଲା l ପରିଶେରେ ଦାନ୍ୟବାଦ ଅର୍ପଣ କରିଥିଲେ ଆଲୋକ ରଞ୍ଜନ ପ୍ରଧାନ l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026