Home ଓଡ଼ିଶା ଉଦ୍ ଯାପିତ ହେଲା ଶ୍ରୀରାମ ଲୀଳା ମହୋତ୍ସବ : କୁନି ଶିଳ୍ପୀ ଙ୍କ ଘୁଙ୍ଗୁର ରେ ଦୁଲୁକିଲା ମଞ୍ଚ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ରଘୁନାଥ ଦେବ ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ପାଞ୍ଚ ଦିନ ବ୍ୟାପୀ ଶତବାର୍ଷିକୀ ଉତ୍ସବ ଓ ଶ୍ରୀ ରାମଲୀଳା ମହୋତ୍ସବ ଉଦ୍ ଯାପିତ ହୋଇ ଯାଇଛି । ଏହି ଵିରଳ ଭବ୍ୟ କାର୍ଯ୍ୟକ୍ରମ ର ଅନ୍ତିମ ତଥା ପୁରସ୍କାର ବିତରଣୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଚିଲିକା ର ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ବାଣପୁର ବ୍ଲକ ର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ଚିଲିକା ବ୍ଲକ ର ଅଧ୍ୟକ୍ଷା ଶ୍ରୀ ମତୀ ଜ୍ୟୋତ୍ସ୍ନା ବେହେରା, ନାଚୁଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସ୍ବପ୍ନାଞ୍ଜଳି ପଲାଇ, ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ମହୋତ୍ସବ ର ତାତ୍ପର୍ଯ୍ୟ, ସଫଳତା, ଗ୍ରାମବାସୀ ଙ୍କ ସଫଳ ପ୍ରୟାସ ଓ ଅଞ୍ଚଳ ବାସୀଙ୍କ ସହଯୋଗ ର ଭୂୟସୀ ପ୍ରଶଂସା କରିଥିଲେ। ଏଭଳି ମହୋତ୍ସବ ଆଗାମୀ ଦିନ ପାଇଁ ଇତିହାସ ହୋଇ ରହିବ ବୋଲି ସର୍ବ ସମ୍ମତ ମତାମତ ପ୍ରକାଶ ପାଇଥିଲା। ମହୋତ୍ସବ କମିଟିର ସଭାପତି ମକରଧ୍ବଜ ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାକୁ ସଞ୍ଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ କୁମାର ଦାସ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଦର୍ଶକ ମାନଙ୍କୁ ଭରପୂର ମନୋରଂଜନ ର ଖୋରାକ ଯୋଗାଇଥିଲେ ଉତ୍କଳିକା ଏକାଡେମୀ ର ଓଡ଼ିଶୀ, ସମ୍ବଲପୁରୀ ଓ ଵିହୁନ୍ରୃତ୍ୟ ର ଶିଳ୍ପୀ ମାନେ। ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର ଙ୍କ ନିର୍ଦ୍ଦେଶନାରେ ଉଦ୍ ଵୋଧନୀ ଵ୍ରୃନ୍ଦ ସଙ୍ଗୀତ ଗାନ କରିଥିଲେ ଓଡ଼ିଶୀ ସଙ୍ଗୀତ ଗୁରୁ ମା ବିଷ୍ଣୁ ପ୍ରିୟା ବାରିକ, ସଙ୍ଗୀତ ଶିଳ୍ପୀ , ଶ୍ରଦ୍ଧାଞ୍ଜଳି, ଜ୍ୟୋତିପ୍ରଭା ଓ ପ୍ରିୟା। ଏହି ଅବସରରେ କଳା କ୍ଷେତ୍ର ରେ ଵର୍ଷିୟାନ୍ ବ୍ୟକ୍ତିତ୍ଵ ଭାବେ ରାମଲୀଳା ଗୁରୁ ଖଲେଶ୍ଵର ମହାରଣା, ବର୍ଷିୟାନ୍ କଳାକାର ଅଦ୍ଵୈତ ପ୍ରସାଦ ମହାରଣା ପ୍ରମୁଖ ଏଵଂ ବିଭିନ୍ନ ଦିବସର ନାଟ୍ୟ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିବା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ପ୍ରାଧ୍ୟାପକ ରାଜ କିଶୋର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଠାଣି ବଳବନ୍ତରାୟ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ପ୍ରଦୋଷ କୁମାର ଦାସ ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହାପରେ ମହୋତ୍ସବ ର ଶ୍ରୀ ରାମଲୀଳା ର ବିଭିନ୍ନ ଦିବସରେ ଲୀଳା ପରିବେଷଣ କରିଥିବା ଅନୁଷ୍ଠାନ ଶ୍ରୀ ରଘୁନାଥ ଦେବ ରାମଲୀଳା ନାଟ୍ୟ ସଂସଦ, ଵଡପଦର, ଶ୍ରୀ ରଘୁନାଥ ଦେବ ରାମଲୀଳା ନାଟ୍ୟ ସଂସଦ, ଵଉଳାଵନ୍ଧ, ଶ୍ରୀ ରଘୁନାଥ ଦେବ ନାଟ୍ୟ ସଂସଦ, ପଥରକଟା ଓ ଶ୍ରୀ ରଘୁନାଥ ଦେବ ରାମଲୀଳା ନାଟ୍ୟ ସଂସଦ, ନାଚୁଣୀ ର ଗୁରୁ ଶେଷଦେବ ବରାଳ, ରଞ୍ଜିତ କୁମାର ନାୟକ, ପ୍ରଶାନ୍ତ ବେହେରା ଓ ଅକ୍ରୁର ସୁବୁଦ୍ଧି ଙ୍କୁ ଆନୁଷ୍ଠାନିକ ଟ୍ରଫି ଓ ପ୍ରମାଣପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଜନୈକ ୧୦୪ ବର୍ଷ ବୟସ ରେ ପଦାର୍ପଣ କରିଥିବା ନିରବଚ୍ଛିନ୍ନ ଭାବେ ରାମଲୀଳା ଦର୍ଶକ କହ୍ନେଇପୁର ଗ୍ରାମର ଚକ୍ର ଧର ମୁଦୁଲି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ବିଭିନ୍ନ ଦିବସର କ୍ରୃତୀ କଳାକାର ଭାବେ ବଉଳା ବନ୍ଧ ଦଳର ଅଲ୍ଲୀ ପ୍ରଧାନ, କାହ୍ନୁ ଚରଣ ଦଳେଇ, କାହ୍ନୁଚରଣ ବାରିକ,ଲିପୁ ସେଠ,ବିପିନ ବେହେରା , ପଥରକଟା ଦଳର ପ୍ରଭାତ ହରିଚନ୍ଦନ, ରଘୁନାଥ ପଲାଇ, କାହ୍ନା ହରିଚନ୍ଦନ,ସୈ।ମ୍ୟରଞ୍ଜନ ଭୋଳ, ଭାଗିରଥୀ ସୁନ୍ଦରାୟ, ନାଚୁଣୀ ଦଳର ରବୀନ୍ଦ୍ର ବରାଳ, ସଂଗ୍ରାମ ସୁବୁଦ୍ଧି, ଗୋବିନ୍ଦ ସେଣ, ସନ୍ତୋଷ ସୁବୁଦ୍ଧି, ବଳରାମ ସେନ୍ ଙ୍କ ସମେତ ଵଡପଦର ଦଳ ର ଶାନ୍ତନୁ,ମୁନା ସେଣ, ପଠାଣି,ପିନୁ,ପାଣୁ ବରାଳ ଏବଂ ଭାଗିରଥି ବରାଳ ଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ମହୋତ୍ସବ କମିଟି ର ଉପ ସଭାପତି ସାମ୍ବାଦିକ ମନୋଜ କୁମାର ବରାଳ, ବିଜୟ କୁମାର ଗୁରୁ, ରାଧା ଶ୍ୟାମ ମହାରଣା ପ୍ରମୁଖ ଵଡପଦର ଗ୍ରାମବାସୀ ଏହି କାର୍ଯ୍ୟକ୍ରମର ସାମଗ୍ରିକ ପରିଚାଳନା କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026