ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିବା ଦ୍ୱାରା ଓଡ଼ିଶାରେ ଗମ୍ଭୀର ଜଳ ସମସ୍ୟା ସୃଷ୍ଟି ହୋଇଛି । ଚଳିତବର୍ଷ ଏପ୍ରିଲ ଆରମ୍ଭରୁ କଲମା ବ୍ୟାରେଜର ୬୬ଗେଟ୍ ମଧ୍ୟରୁ ୬୫ଟି ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କେବଳ ଗୋଟିଏ ଗେଟ୍ରେ ମାତ୍ର ୫ ସେଣ୍ଟିମିଟର ଖୋଲା ରହିଛି । ଯାହାଫଳରେ ମହାନଦୀର ନିମ୍ନ ଅବବାହିକା ଜଳ ସ୍ରୋତ କମିବା ସହିତ ମହାନଦୀର ସମସ୍ତ ଶାଖାନଦୀ ଗୁଡ଼ିକ ଶୁଖି ଗଲାଣି । ପ୍ରତ୍ୟେକ ଥର ଛତିଶଗଡ଼ ସରକାରଙ୍କ ଏପରି ଏକଚାଟିଆ ନିଷ୍ପତ୍ତି ଯୋଗୁ ଓଡ଼ିଶାବାସୀଙ୍କ ପାଇଁ ଏକ ଗମ୍ଭୀର ଜଳ ଅଭାବ ସୃଷ୍ଟି ହୋଇଛି ।
