ରାଜମହଲ ଛକରେ ସଚେତନତା ପାଇଁ ମକଡ୍ରିଲ

ଠିକ୍‌ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବାଜିଲା ଯୁଦ୍ଧ ସାଇରନ୍‌ । ଠିକ୍‌ ଅପରାହ୍ନ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌ । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ସାଇରନ୍‌ । ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ବରରେ ବାଜିଲା ସାଇରନ୍‌ । ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯାଇଥିଲା ।

ସାଇରନ୍‌ ବଜା ଯାଇ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯାଇଥିଲା । ଭୁବନେଶ୍ୱର ରାଜମହଲ ଛକରେ ସିଭିଲ ଡିଫେନ୍ସ ପକ୍ଷରୁ ଚାରିଟା ବେଳେ ମକଡ୍ରିଲ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା.

ମକଡ୍ରିଲ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ।ଏପଟେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଭାରତର ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ଥରହର ।

Exit mobile version