କୁଳାସରରେ କିଓରବେ ତରଫରୁ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍)  :-  ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ପ୍ରାଥମିକ ବିଦ୍ୟାଳୟ ପରିସରରେ , ରଣପୁର ଫାୟର ଷ୍ଟେସନ ନିକଟସ୍ଥ କିଓର ବେ କ୍ଲିନିକ୍ ତରଫରୁ ୮୦ ଶତକଡା ରିହାତି ଦରରେ ଏକ ସୁନ୍ଦର୍ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ସକାଳ ଆଠଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲୁ ରହି ଥିଲା । କିଓର୍ ବେ ଫାର୍ମାସିଷ୍ଟ ଦୀପକ କୁମାର ଖୁଣ୍ଟିଆ, ଷ୍ଟାପ ନର୍ସ ଏମ ଦୀପ୍ତି ମୟୀ, କର୍ମଚାରୀ ସୁଧାକର ପ୍ରଧାନ, ଆଖି ବିଭାଗ ଆଥୋର୍ମିକ ଆସିଷ୍ଟାଣ୍ଟ ଜ୍ୟୋତିପ୍ରଭା ଦାସଙ୍କ ଉପସ୍ଥିତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ସେମାନଙ୍କ ରକ୍ତ ପରୀକ୍ଷା କରିଥିଲେ ।

ସୁଗାର, ବିପୀ, ଥାଇରଏଡ, କୋଲ୍ଡଷ୍ଟରେଲ୍, ଭିଟାମିନ , ଇସିଜି, ଆଖି ପରୀକ୍ଷା ଆଦି ପରୀକ୍ଷା କରଯାଇଥିଲା । କୁଳାସର ଭଳି ଏକ ମଫସଲ ଅଞ୍ଚଳରେ ସଧାରଣ ଜନତା ଯେଭଳି ରିହାତି ଦରରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ, ସେଥିପାଇଁ ଯୁବ ସମାଜ ସେବୀ ଵିନୋଦ କୁମାର ସାହୁଙ୍କ ସଂଯୋଜନାରେ ସମାଜ ସେବୀ ପ୍ରଫୁଲ୍ଲ କୁମାର ନାୟକ ଓ ଆଯୋଧ୍ୟାନଥ ପ୍ରହରାଜ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ ।

ଜନସାଧାରଣଙ୍କ ଅବଗତି ନିମନ୍ତେ ପୂର୍ବଦିନ ଅପରାହ୍ନରେ ପଞ୍ଚାୟତର ସମସ୍ତ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର ପ୍ରସାର କରଯାଇଥିଲା । ଏଭଳି ସୁନ୍ଦର୍ କାର୍ଯ୍ୟକ୍ରମ ପାଇଁ କୁଳାସର ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରଫୁଲ୍ଲ କୁମାର ନାୟକ ଓ ଵିନୋଦ କୁମାର ସାହୁଙ୍କୁ ସାଧୁବାଦ ଜଣାଇବା ସହ , ଏଭଳି କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

 

Exit mobile version