ପୁରୀରେ ଚାଲିଛି ବାବୁରାଜ ଚାକିରି-ପୁରୀରେ ବାବୁ ରୁହନ୍ତି ଭୁବନେଶ୍ବରରେ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀକ୍ଷେତ୍ର ହେବ ବିଶ୍ବସ୍ତରୀୟ ସହର । ଉଡାଜାହାଜ ଆସିବ ବିଦେଶୀ ପର୍ଯ୍ଯଟକ ବଢିବେ । ହେଲେ ପୁରୀରେ ସରକାରୀ ଅଧିକାରୀଙ୍କ ମର୍ଜିରେ ଚାଲିଛି ବିଭିନ୍ନ କାର୍ଯ୍ୟ । ପୁରୀରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସରକାରୀ କାର୍ଯ୍ଯାଳୟ ରହିଛି । ଆଉ ମାସକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । କେବଳ କାଗଜପତ୍ର ଚାଷ କରି ଅଧିକାରୀ ଚାଲି ଯାଉଥିବା ବେଳେ ଜନତାଙ୍କ ସମସ୍ଯା ସମାଧାନ ହେଉନାହିଁ । ପୂର୍ବାହ୍ନ ୧୦ଟାରୁ ୪ଟା ମଧ୍ଯରେ ଜନତାଙ୍କ ବିଭିନ୍ନ ଅଭିଯୋଗ ସମସ୍ଯା ପାଇଁ କାର୍ଯ୍ଯାଳୟକୁ ଗଲେ ଦେଖୁଛନ୍ତି ଅଧିକାରୀଙ୍କ କାର୍ଯ୍ଯାଳୟ କବାଟ ଖୋଲା ଅଛି, ଫ୍ୟାନ ବୁଲୁଛି, ଚଷମା ଟେବୁଲ ଉପରେ ଥୁଆ ହୋଇଛି, ପେନ କ୍ଯାପରୁ ଖୋଲା ହୋଇ ଫାଇଲ ଉପରେ ଥୁଆ ହୋଇଛି ହେଲେ ବାବୁ ନାହାନ୍ତି ।

କିରାଣୀଙ୍କୁ ପଚାରିଲେ ବାବୁ ଆସିଥିଲେ ଏଇଠିକି ଯାଇଛନ୍ତି, ଜିଲ୍ଲାପାଳ ଡାକିଛନ୍ତି, ହାଇକୋର୍ଟରେ କେସ ଅଛି ବାବୁ ଯାଇଛନ୍ତି ,ବାବୁ ଫିଲ୍ଡକୁ ଯାଇଛନ୍ତି କାମ ଦେଖିବାକୁ, ଖରା ବେଳେ ବାବୁ ଖାଇବାକୁ ଯାଇଛନ୍ତି ଏପରି ବାଣୀ ଶୁଣାଇ ଲୋକଙ୍କୁ ଫେରାଇ ଦିଆଯାଉଛି । କେତେକ କାର୍ଯ୍ଯାଳୟରେ ବାବୁ ସାଢେ ୪ଟା ପରେ ଏସି ଗାଡିରେ ଆସି ଏସି ଅଫିସରେ ବସି ଫାଇଲ ଦସ୍ତଖତ କରୁଛନ୍ତି । ପୁଣି ବାବୁ ଭୁବନେଶ୍ବର ଫେରି ଯାଉଛନ୍ତି । କିରାଣୀ ପାଖରୁ ବାବୁଙ୍କ ଟେବୁଲ ପାଖକୁ ଫାଇଲ ଯିବା ପାଇଁ ମାସ ମାସ ଲାଗୁଛି । କିରାଣୀଙ୍କୁ ଖୁସି କଲେ ବାବୁ ଖୁସି ହୁଅନ୍ତି ବୋଲି କୁହାଯାଉଛି ।ବିଶେଷକରି ପୂର୍ତ୍ତ ବିଭାଗର ବାବୁମାନେ ଚେୟାରରେ ବସି ନଥିବା ଦେଖିବାକୁ ମିଳୁଛି । ଧ୍ରୃତ ଠିକାଦାର ମାନେ ବାବୁଙ୍କୁ ମୋହମନ୍ତ୍ରରେ ମୋହିତ କରି ରଖିଛନ୍ତି । ସାହି ଗଳି କନ୍ଦି ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଛି । ସେଣ୍ଟ୍ରାଲ ସ୍ଲୁଲ ଛକରୁ -ହେଲିପ୍ଯାଡ ଛକ, ହେଲିପ୍ଯାଡ ଛକରୁ-ଜଗନ୍ନାଥ ଷ୍ଟାଡିୟମ ଛକ,ଷ୍ଟାଡିୟମ ଛକରୁ -ସୁବାଷ ବୋଷ ଛକ ପର୍ଯ୍ୟନ୍ତ ରାସ୍ତା କାମ ବର୍ଷ ବର୍ଷ ଧରି ପଡି ରହିଛି । ତାଳବଣିଆ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ ଅଳ୍ପ ପିଚୁଗୋଳା ଗୋଡି ପକାଯାଇ ସାମାନ୍ଯ ସମତୁଲ କରାଯାଇଥିଲା ।

ଏ ସମ୍ପର୍କରେ ବାବୁଙ୍କୁ ପଚାରିବାରେ ସ୍ଥାୟୀ କାମ ଚାଲିଛି କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ସେହିପରି ୱାଟର ୱାର୍କସ ରୋଡରେ ଥିବା ୱାଟକୋ କାର୍ଯ୍ଯାଳୟରେ ବାବୁ ସପ୍ତାହରୁ ଅଧିକାଂଶ ସମୟ ରହୁ ନଥିବା ଦେଖାଯାଇଛି । ବାବୁ ଆସିଲେ ଫାଇଲ କାର୍ଯ୍ୟ ହେଉଛି । ବାବୁଙ୍କ ମର୍ଜିରେ ଅଫିସ ଚାଲିଛି । ପୌରସଂସ୍ଥା କାର୍ଯ୍ଯାଳୟରେ ବାବୁଙ୍କ ଇଚ୍ଛାରେ କାର୍ଯ୍ଯ ଚାଲିଛି । ଗୁଣ୍ଡିଚାଘର ପାଖରେ ଜୈନିକ ବୁଦ୍ଧିଜୀବୀ କହିଲେ ପୁରୀରେ ଚାଲିଛି ବାବୁରାଜ ।

Exit mobile version