Home ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟିର ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଖୋର୍ଦ୍ଧା ଜିଲ୍ଲା ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟିର ବୈଠକ ଅନୁଷ୍ଠିତ । ୪୮ଟି ଯୋଜନା ସମ୍ପର୍କରେ ହେଲା ବିସ୍ତୃତ ଆଲୋଚନା । ଯୋଜନାର କାର୍ଯ୍ୟକାରିତା ନେଇ ବରିଷ୍ଠ ଅଧିକାରୀଙ୍କୁ ଡେଡ୍ ଲାଇନ୍ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କମିଟିର ଅଧ୍ୟକ୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବିଧାୟକ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକର ପରିଚାଳନା କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୪୮ଟି ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ଏବଂ ଅଗ୍ରଗତି ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଯେମିତିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାର ଲାଭ ଯେମିତି ପ୍ରତିଟି ହିତାଧିକାରୀ ପାଇପାରିବେ ସେନେଇ ବୈଠକରେ ଗୁରୁତ୍ୱାରୋପ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେମିତି କଚ୍ଚା ଘରେ ରହୁଥିବା ଲୋକେ ପକ୍କା ଘର ପାଇପାରିବେ । ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ବିଧାୟକମାନଙ୍କୁ ମଧ୍ୟ ଏହାର ଉତ୍ତରଦାୟିତ୍ୱ ଦେଇଛନ୍ତି ଅପରାଜିତା । ଖାଲି ସେତିକି ନୁହେଁ । ବିଡିଓମାନେ ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଥିବା ହିତାଧିକାରୀଙ୍କର ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଆଉ ସେହି ଅନୁଯାୟୀ ଆଗାମୀ ଦିନରେ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରାଯିବ । ସେହିପରି ଜଳସେଚନ, ବିଜୁଳି ଭଳି ୪୮ଟି ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଜିର ଜିଲ୍ଲା ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟିର ବୈଠକରେ ଯୋଜନାର କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀଙ୍କୁ ଡେଡ୍ ଲାଇନ୍ ମଧ୍ୟ ପ୍ରଦାନ କରାଯାଇଛି । ନିର୍ଦ୍ଧାରିତ ସମୟସୀମାନ ମଧ୍ୟରେ ଯେମିତି ଉତ୍ତମ ଗୁଣବତ୍ତା ବଜାଇ ରଖି ସମସ୍ତ କାର୍ଯ୍ୟ ସମାପନ କରାଯିବ ସେନେଇ ଅଧିକାରୀମାନଙ୍କୁ ତାଗିଦ୍ ମଧ୍ୟ କରାଯାଇଛି । ପ୍ରତି ୩ ମାସରେ ଥରେ ଏହି ବୈଠକ ଅନୁଷ୍ଠିତ ହୁଏ । ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026