ବନ୍ୟା ବିପନ୍ନ ଙ୍କ ପାଖରେ ପହଞ୍ଚି ପାରୁନାହିଁ ସହାୟତା ; ପ୍ରଶାସନ ଓ ବିଧାୟକ କରୁଛନ୍ତି ଅଣଦେଖା ।।

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କଟକ :ମହାନଦୀ ରେ ବନ୍ୟା ଆସି ସିଡ଼ି଼ଏସେକ୍ଟର ୭ ନମ୍ବର କାଠଯୋଡ଼ି ବିହାର ବନ୍ୟା ମୁଣ୍ଡୁଳି ରେ ୯ ଲକ୍ଷ ୭୯ ହଜାର ୮୧୫ କ୍ୟୁସେଜ୍ ଜଳ ଅଭିହିତ କରାଯାଇଛି । ପ୍ରଳୟଙ୍କାରି ବନ୍ୟା ତଳିଆ ଅଞ୍ଚଳ କୁ ମାଡ଼ି ଆସୁଥିବା ବେଳେ ବନ୍ୟା ଅଞ୍ଚଳ ବାସୀ ଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୪୦ରୁ୫୦ ପରିବାର ଲୋକ ଭୋକ ଉପାସରେ ପଡ଼ିରହିଛନ୍ତି । ସିଡିଏ ସେକ୍ଟର 7ନମ୍ବର କାଠ ଜେଡି ବିହାର

ବନ୍ୟା ର ଏଭଳି ବିଷମ ପରିସ୍ଥିତି ରେ ସେମାନଙ୍କ ଘରଦ୍ୱାର , ଆସବାବପତ୍ର ,ଟଙ୍କା ପଇସା ଇତ୍ୟାଦିରେ ବହୁ ବଡ଼ ଧରଣର କ୍ଷତି ହୋଈଛି । ଏହି ଭଳି ଦୁଃଖ ଦୁର୍ଦଶା ରେ ପ୍ରଶାସନ ତାଙ୍କ ପାଖରେ ପହଞ୍ଚି କୌଣସି ସାହାର୍ଯ୍ୟ ସହଯୋଗ କରିନଥିବା ଜଣା ଯାଇଛି । ସେଠାକାର ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ କରୁଛନ୍ତି ଅଣଦେଖା । ସେ ଅଞ୍ଚଳ ବାସୀ ଏଥିନେଇ ଦୁଃଖ ପ୍ରକାଶ କରିଛନ୍ତି ।

ସେହି ଲୋକଙ୍କ କହିବା ଅନୁସାରେ ସୁଖ ରେ ଦୁଃଖରେ ସାଥୀ ହେବେ ବୋଲି ବାଛିଥିବା ବିଧାୟକ ଭୁଲିଗଲେ ଲୋକଙ୍କୁ । ତାଙ୍କର ଏହି ଭଳି ଅସୁବିଧା ରେ କୋଣସି ପ୍ରଶାସନ କିମ୍ବା ସ୍ଥାନୀୟ ବିଧାୟକ ସେମାନଙ୍କ ପାଖରେ ପହଞ୍ଚି ନଥିବାରୁ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି । (ରିପୋର୍ଟ ରଶ୍ମିତା ମହାପାତ୍ର)

Exit mobile version