ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକର ଆଲିସି ପଞ୍ଚାୟତର ଶତାଧିକ ଲୋକ ଆଜି ବିଜେପିରେ ଯୋଗଦେଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜେ ଦଳୀୟ ପତାକା ଓ ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ବିଜେପିରେ ଯୋଗଦେଇଥିବା କର୍ମୀଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟାଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ୩୦ଟି ପରିବାର ଅଛନ୍ତି ।
