ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ (ଏସ୍ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖା ତରଫରୁ “ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ” ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକ ଓ ପହଲଗାଓରେ ହୋଇଥିବା ଆତଙ୍କବଦୀ ଆକ୍ରମଣରେ ମରୁତ ଭାରତୀୟ ମାନଙ୍କ ଅମାର ଆତ୍ମାର ଶାନ୍ତି ପାଇଁ ନିରବପ୍ରାର୍ଥନା କରାଯାଇଥିଲା। ଏହି ଦିନଟି କେବଳ ଏକ ଦିନ ନୁହେଁ, ଏହା ହେଉଛି ସତ୍ୟ ଓ ନ୍ୟାୟର ପାଳନକୁ ସମର୍ପିତ ଏକ ଆନ୍ତର୍ଜାତିକ ପ୍ରୟାସ ବୋଲି ସଂଘର ସଭାପତି ଏମ୍. ଅମରେଶ କୁମାର ବଖାଣି ଥିଲେl
