Home ଓଡ଼ିଶା ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ଆଶାନୁରୂପ ସଫଳତା ହାସଲ କରିଅଛି । ରାଜ୍ୟସ୍ତରରେ ଜିଲ୍ଲା ୧୯ ତମ ସ୍ଥାନ ହାସଲ କରିଅଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଫଳତା ହାର ବୃଦ୍ଧି ପାଇଅଛି ଓ ରାଜ୍ୟରେ ୨୫ ତମ ସ୍ଥାନରୁ ୧୯ ତମ ସ୍ଥାନକୁ ଉନ୍ନୀତ ହୋଇଅଛି ଯାହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ-ୱାନ୍ ଓ ଏ-ଟୁ ଫଳ ହାସଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଗତ ବର୍ଷ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧିନରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ବ୍ଲକରେ ୮ ଟି ଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା । ପ୍ରତି ଶନିବାର ଦିନ ଭର୍ଚୁଆଲ୍ ଶ୍ରେଣୀ ପରିଚାଳନା, ପ୍ରତି ରବିବାର ଦିନ ପ୍ରତ୍ୟକ୍ଷ ଶ୍ରେଣୀ ପରିଚାଳନା, ସାପ୍ତାହିକ ସନ୍ଦେହମୋଚନ ଓ ପରୀକ୍ଷା ପରିଚାଳନା କରି ଗଠନମୂଳକ ପଦକ୍ଷେପ ଦ୍ୱାରା ଜିଲ୍ଲାର ଏହି ସଫଳତା ସମ୍ଭବ ହୋଇପାରିଛି। ଫଳସ୍ୱରୁପ ଏ-ୱାନ୍ ଓ ଏ-ଟୁ ଶ୍ରେଣୀରେ ଅଧିକ ପିଲା ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାର ଏହି ସଫଳତା ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ମାନଙ୍କୁ ପ୍ରେରଣା ଯୋଗାଇ ଅଧିକ ସଫଳତା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ପାଟିଲ ଏହି ଅବସରରେ କହିଛନ୍ତି। ସୂଚନା ଥାଉ କି ଜିଲ୍ଲାର ମୋଟ ୮୦୩୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ଏ ୱାନ୍ ରେ ୧୨ ଜଣ, ଏ ଟୁ ରେ ୪୬ ଜଣ, ବି ୱାନ୍ ରେ ୧୨୧ ଜଣ, ବି ଟୁ ରେ ୫୪୬ ଜଣ, ସି ରେ ୧୮୯୯ ଜଣ, ଡି ରେ ୩୫୬୯ ଜଣ ଓ ଇ ଗ୍ରେଡ୍ ରେ ୧୫୫୭ ଜଣ ସ୍ଥାନ ଅଧିକାର କରି ମୋଟ ଶତକଡା ୯୬.୪୧ ଭାଗ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ତତ୍ପରତା ଓ ସଚେତନତା, ଜିଲ୍ଲା ପ୍ରଶାସନର ମାର୍ଗଦର୍ଶନ ଓ ସହାୟତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏତଦ୍ ବ୍ୟତୀତ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ତତ୍ତ୍ୱାବଧାନ, ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରୟାସ ଓ ଶିକ୍ଷାର୍ଥୀ ମାନଙ୍କ କଠିନ ପରିଶ୍ରମ ଓ ଏକାଗ୍ରତା ଏହି ସଫଳତା ଆଣି ଦେଇପାରିଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଓସେପା ଉପ ନିର୍ଦ୍ଦେଶକ ପ୍ରଦୋଷ କୁମାର ନାୟକ ଓ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉମା ପ୍ରସାଦ ଦାସ ଉପସ୍ଥିତ ଥିଲେ। ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଶେଷ ଶଙ୍କର ମହାଲିକ, ସତ୍ୟବ୍ରତ ମିଶ୍ର, ଶକୁନ୍ତଳା ମାଝୀ, ବିଜୟଲକ୍ଷ୍ମୀ ଚୌଧୁରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026