Home ଓଡ଼ିଶା ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବଳକା କାଠରେ ବିଗ୍ରହ ନିର୍ମାଣ ସମ୍ପୂର୍ଣ୍ଣ ମିଛ ବୋଲି ଆସିଛି ସ୍ପଷ୍ଟତା : ମନ୍ତ୍ରୀ ଦିଘାରୁ “ଜଗନ୍ନାଥ ଧାମ” ଲେଖା ହଟାଇବା ପାଇଁ ହେବ ପ୍ରୟାସ ମହାପ୍ରଭୁଙ୍କ ଦୈନିଦିନ କାର୍ଯ୍ୟ ସହ ନିଯୋଗଙ୍କ ଆଚରଣ ଓ ଉଚ୍ଚାରଣ ନେଇ ଜାରି ହେବ ମାର୍ଗଦର୍ଶିକା ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କର ମନ୍ଦିର ଦିଘାଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି କରିଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଗ୍ରହଣ ପରେ ଗଣମାଧମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା । ଆଜି ଏହାର ରିପୋର୍ଟ ଆମର ହସ୍ତଗତ ହୋଇଛି । ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦାଇତାପତି ନିଯୋଗ ଓ ଯେଉଁମାନେ ଦିଘା ମନ୍ଦିର ଯାଇଥିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଏବଂ ବିସ୍ତୃତ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ଦାଖଲ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି I ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତିଯେ ଯେ କୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ କିଛି ଅସୁବିଧା ନାହିଁ ତେବେ ଅନେକ ସ୍ଥାନରେ ନୀତିକାନ୍ତି ନେଇ ତାଳମେଳ ରହୁନି I ତେଣୁ ମହାପ୍ରଭୁଙ୍କ ଦୈନିଦିନ କ’ଣ କାର୍ଯ୍ୟ ରହିବ ଏ ନେଇ ଶ୍ରୀମନ୍ଦିର ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜରିହେବ । ଏଥି ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଦେଶରେ କେବଳ ଚାରିଟି ଧାମ ରହିଛି I ତେଣୁ କେବଳ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ “ଧାମ” ଶବ୍ଦର ନାମ ଲାଗିପାରିବ ନାହିଁ । ତେଣୁ ଦିଘାରେ “ଜଗନ୍ନାଥ ଧାମ” ବୋଲି ଯାହା ଉଲ୍ଲେଖ କରାଯାଇଛି ତାହା ଠିକ ନୁହେଁ, ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହେବ । ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ପତ୍ର ଲେଖାଯିବ ଏବଂ ଦିଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ମଧ୍ୟ କୁହାଯିବ । ଅନ୍ୟପକ୍ଷରେ ସେବାୟତମାନେ କୌଣସି ସ୍ଥାନକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ବିଧି ନାହିଁ । ଏଥି ସହିତ ଜଗନ୍ନାଥଙ୍କ ବିଭିନ୍ନ ନୀତିକାନ୍ତି ବିଷୟରେ ବାହାରେ କ’ଣ ସବୁ ପ୍ରକାଶ କରି ପାରିବେ ଓ ନ କରିପାରିବେ ସେଥିନେଇ ମାର୍ଗଦର୍ଶିକା ଜାରି ହେବ । ରିପୋର୍ଟରୁ ଯାହା ଜଣାପଡିଛି ବଳକା ଦାରୁ କାଠ ବାହାରକୁ ଯିବା ଏବଂ ଏଥିରେ ବିଗ୍ରହ ନିର୍ମାଣ ହେବା ସମ୍ଭବ ନୁହେଁ ଏବଂ ଏହା ସମ୍ପୂର୍ଣ୍ଣ ମିଛ ବୋଲି ନିଯୋଗମାନେ ଉଲ୍ଲେଖ କରିଛନ୍ତି । ଦାରୁ ଘର ଭିତରେ କାଠ ସୁରକ୍ଷିତ ଅଛି । ୧୯୯୫-୯୬ ରେ ସେତବେଳେର ସରକାରଙ୍କ ନିଷ୍ପତ୍ତି କ୍ରମେ କିଛି ଦଇତାପତି ନିଯୋଗ ଘରେ କିଛି କାଠ ରହିଛି । ସେ ସମସ୍ତ କାଠ ଦାରୁ ଘରକୁ ଆଣିବା ଏବଂ ଏହାର ଗଣତି ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି । ଦାଇତାପତି ନିଯୋଗ ସମ୍ପାଦକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ ଦିଆଯାଇଥିଲା । ଏଥିରେ ସେ ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନ ନିଆଯିବ ସେଥିନେଇ ଆଗାମୀ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିର୍ଦେଶ ଦିଆଯାଇଛି । ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା ଏବଂ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026