ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ବିଲ୍ଡିଙ୍ଗସ୍ କଂଗ୍ରେସ୍ (ଆଇବିସି)ର ଜାତୀୟ ସଭାପତି ଇଂ. ଚିନ୍ମୟ ଦେବନାଥ ଓଡ଼ିଶାର ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିବା ସହ ଆଇବିସିର କାର୍ଯ୍ୟାବଳୀ ସଂପର୍କରେ ଅବଗତ କରିଥିଲେ । ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଆଇବିସି ଉଚ୍ଚକୋଟୀର ବୈଷୟିକ କର୍ମଶାଳା ଆୟୋଜିତ କରିବା ସହ ନିର୍ମାଣ ପରିବେଶରେ ସଂପୃକ୍ତ ପେସାଦାରଙ୍କର କାର୍ଯ୍ୟଦକ୍ଷତା ଓ ଗୁଣବତ୍ତାରେ ଉନ୍ନତି ଆଣିବାରେ ସହାୟତା କରିଅଛି ।

