କାଶ୍ମୀରର ପହଲଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟନଙ୍କ ପାଇଁ : ସତ୍ଯବିହାରବାସୀଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ସତ୍ଯବିହାର :- କାଶ୍ମୀରର ପହଲଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟନଙ୍କ ପାଇଁ ସତ୍ଯବିହାରବାସୀଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ସଭା କାଶ୍ମୀରର ପହଲଗାଓଁ ଠାରେ ଆତଙ୍କବାଦୀଙ୍କ ଦ୍ୱାରା ବର୍ବରଚିତ ଆକ୍ରମଣରେ ପ୍ରାଣ ହରାଇଥିବା ନିରିହ ପର୍ଯ୍ୟଟନଙ୍କ ଉବ୍ଦେଶ୍ଯରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଗତକାଲି ରବିବାର ସଂଧ୍ଯା ୬ଟା ରେ ସତ୍ଯବିହାରବାସୀଙ୍କ ଦ୍ୱାରା ଶ୍ରୀ ଶ୍ରୀ ତ୍ରୈମ୍ବକେଶ୍ୱର ମନ୍ଦିର ପରିସରରେ ଦୀପଦାନ, ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।

ସତ୍ଯବିହାରର ଅନେକ ହାଉସ୍ ଓନର, ବିଭିନ୍ନ ଅନ୍ତେବାସୀ, ସମାଜସେବୀ, ବ୍ଯବସାୟୀ, ସେଚ୍ଛାସେବୀ, ବରିଷ୍ଠ ନାଗରିକ ତଥା ମାନ୍ଯଗଣ୍ଯ ବ୍ଯକ୍ତିମାନଙ୍କ ଉପସ୍ଥିତି ଓ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସଦସ୍ୟ ରବିନ୍ଦ୍ର ଓଝା, ଗୋବିନ୍ଦ ଚନ୍ଦ୍ର ସାହୁ, ନିରଞ୍ଜନ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ, ପ୍ରଦିପ ଦାସ ପ୍ରମୁଖ ଦୀପଦାନ କରି ଆତଙ୍କବାଦୀ ଆକ୍ରମଣର ଘୋର ନିନ୍ଦା କରିଥିଲେ ।

ପରେ ପରେ ଉପସ୍ଥିତ ସମୂହ ବ୍ଯକ୍ତିଙ୍କ ଦ୍ଵାରା ଆଗତ ଶୋକ ପ୍ରସ୍ତାବରେ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିବା ସହିତ ସେମାନଙ୍କର ପରିବାର ସଦସ୍ଯଙ୍କ ଭବିଷ୍ଯତ ଉନ୍ନତି ଉବ୍ଦେଶ୍ଯରେ ଓଡିଶାର ରାଜ୍ଯପାଳ,

ମୁଖ୍ଯମନ୍ତ୍ରୀ ତଥା ଜିଲ୍ଲାପାଳଙ୍କ ମଧ୍ୟବର୍ତ୍ତିତାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ଗ୍ରୁହମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ତଥା ଗଣମାଧ୍ୟମ ମାନଙ୍କ ଜରିଆରେ ଶୋକବାର୍ତ୍ତା ପ୍ରେରଣ କରାଗଲା । ଶ୍ରଦ୍ଧାଞ୍ଜଳି ସଭାରେ ହାଉସ ଓନରମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଜୟ ମଙ୍ଗରାଜ, ସମୀର ମହାନ୍ତି, ସୁଧାଂଶୁ ବିଶ୍ୱାଳ, ପଦ୍ମଲୋଚନ ପଣ୍ଡା, ସୁଶାନ୍ତ ପାତ୍ର, ରବିନ୍ଦ୍ର ପଲେଇ, ସୁବାସ ପତି, ରବିନ୍ଦ୍ର ନାୟକ, ରାମବାବୁ, ସମୀର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version