Home ଓଡ଼ିଶା ତିନି କୃତୀ ଛାତ୍ରଙ୍କୁ ଉତ୍କଳ ସାମ୍ବାଦିକ ସଂଘର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲାର ଏମଭି-୭୯ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଯାଆଁଳା ଭାଇ ଡାନିଏଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଚଳିତ ମାଟ୍ରିକ ପରୀକ୍ଷାରେ ୬୦୦ ମାର୍କରୁ ୫୬୦ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ଟପ୍ପର ହେବା ସହ ସମାନ ନମ୍ବର ରଖି ସମସ୍ତଙ୍କ ମନ ଜିଣିଛନ୍ତି। ସେହିପରି ବିଦ୍ୟାଳୟର ଅନ୍ୟ ଏକ କୃତୀ ଛାତ୍ର କେଶବ କର ୫୩୬ ମାର୍କ ରଖି ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ଓ ଜିଲ୍ଲାର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଏହି କୃତିତ୍ୱ ପାଇଁ ଉତ୍କଳ ସାମ୍ବାଦିକ ସଂଘ, କାଲିମେଳା ଶାଖା ପକ୍ଷରୁ ଏମଭି-୭୯ ସାବରୀ ବିଦ୍ୟା ଭବନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଦ୍ୟୁତ୍ ବୈରାଗୀ, ବ୍ଲକ୍ ସଭାପତି ରାଜେଶ ଓଝା, ସାଧାରଣ ସମ୍ପାଦକ ରବି ଶଙ୍କର ବାରିକ, କୋଷାଧ୍ୟକ୍ଷ ସୌରଭ ମଣ୍ଡଳ,ପ୍ରଭାତ ଶାହା, ସୁଜିତ୍ ମୂଖାର୍ଜୀ, ଟୁନୁ ମଣ୍ଡଳ, ପ୍ରଭାତ ଶାହା, ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରଶାନ୍ତ କୁମାର ନାୟକ, ଶିକ୍ଷକ ବିଭୂତି ଭୂଷଣ ସେଠୀ, ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ କାବିତା ସରକାର, ହିମାଂଶୁ ମଣ୍ଡଳ, ପ୍ରଭାତ ମଣ୍ଡଳ, ସରମିଳା ଢାଲି ଏବଂ କୃତୀ ଛାତ୍ରଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ସମ୍ବର୍ଦ୍ଧନା ସଭାରେ ଡାନିଏଲ ଓ ଡମ୍ବରୁ ଭବିଷ୍ୟତରେ ଡାକ୍ତର ହୋଇ ସମାଜକୁ ସେବା ଯୋଗାଇବାର ସ୍ୱପ୍ନ ରଖିଥିବା ବେଳେ, କେଶବ କର ମଧ୍ୟ ଡାକ୍ତରୀ ପେଶା ଗ୍ରହଣ କରି ମାନବ ସେବାରେ ନିୟୋଜିତ ହେବାର ଦୃଢ଼ ସଙ୍କଳ୍ପ ବ୍ୟକ୍ତ କରିଛନ୍ତି । ଏହି ତିନି ଛାତ୍ରଙ୍କ ପରିଶ୍ରମ ଓ ନିଷ୍ଠା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି । କାର୍ଯ୍ୟକ୍ରମ ଶେଷରେ ସଙ୍ଘ ପକ୍ଷରୁ ମିଠା ବଣ୍ଟନ କରାଯାଇଥିଲା, ଯାହା ଏହି ଖୁସିର ମୁହୂର୍ତ୍ତକୁ ଆହୁରି ମଧୁର କରିଥିଲା । ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ତିନି କୃତୀ ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026