Home ଓଡ଼ିଶା ବିଦ୍ୟୁତ କରେଣ୍ଟ ଯୋଗୁଁ ଖୁଣ୍ଟିରୁ ତଳେ ପଡି ହେଲପର ଗୁରୁତର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଉପରସ୍ତ କର୍ମଚାରୀ ଙ୍କ ବେପରୁଆ ମନଭାବ ଯୋଗୁଁ ପ୍ରକାଶ ଆହତ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗ ର ବେପରୁଆ ମନଭାବ ଯୋଗୁଁ ଚୁକ୍ତିଭିତିକ ଠିକା କର୍ମଚାରୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏମିତି ଏକ ଅଭାବୀନୀୟ ଘଟଣା ଟି ଘଟିଛି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ବିରୁତୁଙ୍ଗ ପଞ୍ଚାୟତ ର ସାୟୁରିଆ ଗ୍ରାମ ରେ l ଗୋପ ପଞ୍ଚାୟତ ର ଉଦୟଗିରି ସାହିର ରତ୍ନାକର ଭୋଇ ଙ୍କ ବଡ ପୁଅ ପ୍ରକାଶ ଭୋଇ (31) ଗୋପ ସର୍କଲ ସ୍ଥିତ ବେଗୁନିଆ ସେଣ୍ଟରେ ରେ ଦୀର୍ଘ ବର୍ଷଧରି ଅସ୍ଥାୟୀ ଚୁକ୍ତିଭିତିକ ଟିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି l ରତ୍ନାକର ଙ୍କ ଏକମାତ୍ର ରୋଜଗାରିଆ ଭେଣ୍ଡା ପୁଅ ଅଟେ ପ୍ରକାଶ ଦୈନିକ ବିଦ୍ୟୁତ ବିଭାଗ ର କାର୍ଯ୍ୟ କୁ ଯାଆନ୍ତି ଯାହା କାର୍ଯ୍ୟ ଦିଆଯାଏ ତାକୁ ସୁଚାରୁରୂପେ କରିଥାନ୍ତି l ସୋମବାର ତାଙ୍କ ପାଇଁ ଥିଲା ଘାତ ବାର ଲାଇନ ମ୍ୟାନ ଙ୍କ ସହିତ ସଉରିଆ କୁ ଯାଇଥିଲେ ସମସ୍ୟାର ସମାଧାନ କରିବାକୁ l କିନ୍ତୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜେ ସମସ୍ୟାର ଶିକାର ହୋଇଛନ୍ତି l 11କେବି କରେଣ୍ଟ ସଂସ୍ପର୍ଶ ଆସି ଖୁଣ୍ଟିରୁ ସିଧା ତଳେ ପଡିଯାଇଥିଲେ, ଯାହାଫଳରେ କୀ ମୁଣ୍ଡ ଓ ମୁହଁରେ ରେ ଶକ୍ତ ଆଘାତ ଲାଗିବା ସହିତ ବାମ ହାତ ଟି 75% ପୋଡ଼ିଯାଇଛି l ସାଧାରଣତଃ ଲାଇନ ମ୍ୟାନ କରେଣ୍ଟ କାଟିଲାପରେ ହେଲପର ଖୁଣ୍ଟିରେ ଛାଡେ କିନ୍ତୁ ସେଠାରେ ତାର ଉପରସ୍ତ କର୍ମଚାରୀ ଙ୍କ ବେପରୁଆ ମନଭାବ ଯୋଗୁଁ ଦୁଇଟି ଫିର୍ଡର ସ୍ଥାନରେ ଗୋଟିଏ ଫିର୍ଡର କାଟିଥିଲେ ଯାହାଫଳରେ ପ୍ରକାଶ କୁ କରେଣ୍ଟ ମାରିଥିଲା ଯାହାଫଳରେ କୀ ପ୍ରକାଶ ତଳେ ପଡିଯାଇଥିଲା l ସ୍ଥାନୀୟ ବ୍ୟକ୍ତି ଙ୍କ ସହାୟତା ରେ ତୁରନ୍ତ ଗୋପ ହସ୍ପିଟାଲ କୁ ଆଣିଥିଲେ କିନ୍ତୁ ପ୍ରକାଶ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ଅଧିକ ଚିକିତ୍ସା ନିମନ୍ତେ l ତଳ କର୍ମଚାରୀ ଙ୍କୁ କାର୍ଯ୍ୟ ରେ ନିୟଜିତ କରିବା ପୂର୍ବରୁ ସୁରକ୍ଷା କ୍ଷେତ୍ରରେ ଉପରସ୍ତ ଅଧିକାରୀ ଙ୍କ ଅବହେଳା ହେତୁ ଆଜି ପ୍ରକାଶ ଜୀଵନ ମରଣ ସହ ସଙ୍ଘର୍ଷ କରୁଛି l ପ୍ରକାଶ ର ସମସ୍ତ ଖର୍ଚ୍ଚ ବହନ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ଦାବୀ l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026