ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କାର୍ଯ୍ୟ ପରିସମାପ୍ତ ଘଟିଛି। ମା’ଙ୍କ ଆଗମନ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ। ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ନିଷ୍ପତ୍ତି ଅନୁସାରେ, ମଇ ୬ ତାରିଖ ରାତ୍ରରେ ମା’ଙ୍କୁ ଆଣିବା ପାଇଁ ଘଟ ଧାରୀ ମାନେ ଘରୁ ବାହାରି ସ୍ଥାୟୀ ମନ୍ଦିରକୁ ଯିବେ। ଏହାପରେ ବିଳମ୍ବିତ ରାତ୍ର ମଧ୍ୟରେ ମା’ ଅସ୍ଥାୟୀ ମନ୍ଦିରକୁ ପ୍ରବେଶ କରିବେ l ଜୁନ ୫ ତାରିଖ ବିଳମ୍ବିତ ରାତିରେ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ l

