
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତର ବାଲିସାହି ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଦୁର୍ବୃତ୍ତମାନଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି I କରାଣ୍ଡିଆ ନଦୀବନ୍ଧରେ କୁଦାନଗରୀ ଥାନା ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତ ବିନ୍ଧାଳୋ ଗ୍ରାମର ଗୌତମ ମଲ୍ଲିକ ଓରଫ ବାବୁ (୨୨) ସ୍କୁଟି ଯୋଗେ ଯାଉଥିଲେ I ତାଙ୍କୁ ପିଛା କରିଥିବା ୨ଟି ବାଇକ୍ରେ ୪ ଦୁର୍ବୃତ୍ତ ହଠାତ୍ ଗୌତମଙ୍କ ଉପରକୁ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ।

