Home ଓଡ଼ିଶା ତୁମ୍ବ ବିନ୍ଧ ପାଇଁ ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଶେଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ସୋମବାର, ରଥଖଳା : ରଥ ନିର୍ମାଣ କାର୍ଯ୍ୟ ପଞ୍ଚମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନିରଥ ମହାରଣା ସେବକ – ୫୨ *ତିନିରଥ କରତୀ ସେବକ – ୪ *ତିନିରଥ କମାର ସେବକ – ୯ *ତିନିରଥ ଭୋଇ ସେବକ – ୨୨ *ରଥଖଳା ସହାୟକ(ପାଣିବାଲା)୧ ମୋଟ – ୮୮ ଜଣ ରଥ ନିର୍ମାଣ ଅଗ୍ରଗତି ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସୋମବାର ରଥ ନିର୍ମାଣର ପଞ୍ଚମ ଦିନରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନିରଥ ର ମୋଟ ୪୨ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହେବାସହ ତୁମ୍ବ ବିନ୍ଧ ପାଇଁ ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି l ଆସନ୍ତାକାଲି ସକାଳେ ତିନିରଥ ର ତୁମ୍ବ ବିନ୍ଧ ଅନୁକୂଳ ପୂଜା ସହ ତୁମ୍ବ ଗୁଡିକର ବିନ୍ଧ କାର୍ଯ୍ୟ ଆରମ୍ଭ ହେବ । ଏଥି ପାଇଁ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ ର ବିନ୍ଧ ଅନୁକୂଳ ପୂଜା ପାଇଁ ପୂର୍ବ ପ୍ରସ୍ତୁତି ପାଇଁ ଆଜି ରଥ ଖଳା ବେସ ଚକ ଚଞ୍ଚଳ ହୋଇ ଯାଇଛି, ତିନିରଥ ମୁଖ୍ୟ ମହାରଣା ମାନେ ନିଜ ନିଜର ସାଥୀ ମହାରଣା ସେବକ ଭାଇ ମାନଙ୍କ ସହ ମିଶି ମାପ ପ୍ରକାରେ ତୁମ୍ବ ଗୁଡ଼ିକର ସୂତା ବଡିଆ କାର୍ଯ୍ୟ ସହ କରତୀ ମହାରଣା ଙ୍କ ଦ୍ଵାରା ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଏବଂ ସାଥୀ ସହଯୋଗୀ ମହାରଣା ଙ୍କ ଦ୍ଵାରା ତୁମ୍ବ ର ଠେକ ତୁଲିଆ କାର୍ଯ୍ୟ (ତୁମ୍ବ ର ବଳକା ଅଂଶ କୁ କାଟି ତୁମ୍ବ ର ମୁଖ ଭାଗକୁ ବଟାଳି ରେ ଚାଞ୍ଛି ସମତୁଲ କାରବା) ତଦାରଖ ପୂର୍ବକ ତୁମ୍ବ ବିନ୍ଧ ଅନୁକୂଳ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି । କମାର ଶାଳ ; ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର କମାର ସେବକ ମାନେ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିବା ସହ ତୁମ୍ବ ବଳା ପ୍ରସ୍ତୁତ ପାଇଁ ବଳା ଶାଳ ପ୍ରସ୍ତୁତ ଶେଷ କରି କରିଛନ୍ତି । Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ମହାନଗର, ହୋମ୍ Related Content ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026