ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ସୁଶାଣୀ ଶିବିର

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ସୋମବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ 64 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ପାଇଁ 59 ଟି ଗୋଷ୍ଟୀଗତ ସମସ୍ୟା ଓ ଗ୍ରାମ ସମସ୍ୟା ପାଇଁ 5ଟି, ବ୍ୟକ୍ତି ଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ ସମସ୍ୟା ପାଇଁ 2 ଟି, ଆବାସ ପାଇଁ 6ଟି, ଜମିଜମା ପାଇଁ 17 ଟି, ଭତ୍ତା ପାଇଁ 5 ଟି, ପୋଲିସ ସହାୟତା ପାଇଁ 3 ଟି, ଓ ଅନ୍ୟାନ୍ୟ 22 ଟି ଅଭିଯୋଗର ଶୁଣାଣି କରାଯାଇଥିଲା l

4 ଟି ଅଭିଯୋଗ ର ତତ୍କାଳ ଫଇସଲା କରାଯାଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲାପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବିଡ଼ିଓ ଆୟୁଷି ପତି, ବ୍ଲକ ଅଧ୍ୟକ୍ଷl ମମତା ପାତ୍ର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l

Exit mobile version