ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ କୃଷି ଗବେଷଣା କେନ୍ଦ୍ର ପରିଷଦ ସଫଳତାର ସହିତ ଦୁଇଟି ଜିନମ ସମ୍ପାଦିତ ଧାନ କିସମ ବିକଶିତ କରିଛି . ଏହା ରବିବାର (୪ ମେ ୨୦୨୫ ) ନୂଆ ଦିଲ୍ହୀ ରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି I ଧାନ ର ଦୁଇଟି ନୂଆ କିସମ ଦ୍ୱାରା କୃଷକ ଙ୍କ ର ଉନ୍ନତି ହେବା ସହିତ ପ୍ରଧାନ ମନ୍ତ୍ରୀ ଙ୍କ ବିକଶିତ ଭାରତର ସଂକଲ୍ପ ପୁର୍ଣ ହୋଇ ପାରିବ ବୋଲି କୃଷି ମନ୍ତ୍ରୀ ଉଦବୋଧନ ଦେଇ ଥିଲେ I ପ୍ରଥମ କିସମ ହେଉଛି DRR DHAN 100 Kamala I ଏହା ଏକ ଉଚ୍ଚ ଅମଳ କ୍ଷମ ସବୁଜ ଧାନ ସାମ୍ବ ଧାନ କିସମ ରୁ ବିକଶିତ କରାଯାଇଥିଲା. ଏହା ମୂଳ କିସମ ଅପେକ୍ଷା ୨୫% ଅଧିକ ଅମଳ ଦେଇ ପାରିବ l
