ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ରେ ଦୈନିକ ଅପରାହ୍ନ ରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳୁଛି । ଦୈନିକ କିଛିନା କିଛି ଧନ ଜୀବନ ନଷ୍ଟ ହେଉଛି । ସେହିଭଳି ଆଜି ଅପରାହ୍ନ ରେ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ସ୍ଥିତ ଶିବମନ୍ଦିର ନିକଟ ରେ ଏକ ଆମ୍ବଗଛ କୁ ବଜ୍ରାଘାତ ହୋଇଥିବା ବେଳେ ଗଛ ମୂଳରେ ଆଶ୍ରୟ ନେଇଥିବା ଛେଳି ଓ ମେଣ୍ଢା ଙ୍କ ମୃତ୍ୟୁ ହୋଇଛି । ବିପରୀତ ଦିଗରେ ଛେଳି ଚରାଳୀ ଥିବା ବେଳେ ସେ ଛିଟିକି ପଡ଼ି ସାମାନ୍ୟ ଆହାତ ହୋଇଛନ୍ତି । ଆହାତ ଛେଳି ଚାରାଲି ଜଣକ ହେଲେ ଚନ୍ଦ୍ରଗିରି ସ୍ଥିତ ନାୟକ ସାହି ର ସୁବାସ ନାୟକ ।
