ବିଷାକ୍ତ ବଣ ଛତୁ ଖାଇ ଅଚେତ ହୋଇଗଲେ, ଜଣେ ଗୁରୁତର

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବିଷାକ୍ତ ଛତୁ ଖାଇ ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜ଼ିଲା ଅଡବା ଥାନା ପାଣିଗଣ୍ଡା ଗ୍ରାମରେ । ସୂଚନାନୁଯାୟୀ, ସୋମବାର ସକାଳ ୧୦ଟାରେ ପାଣିଗଣ୍ଡା ଗ୍ରାମର ସୁବାସ ଦଣ୍ଡସେନା ଜଙ୍ଗଲକୁ ଯାଇ ଛତୁ ଆଣି ରୋଷେଇ କରି ଖାଇଥିଲେ। କିଛି ସମୟ ପରେ ଘରକୁ ଫେରିବା ପରେ ବାନ୍ତି କରିବା ସହ ଅଚେତ ହୋଇଯାଇଥିଲେl ପରିବାରଲୋକେ ତାଙ୍କୁ ଏକ ଅଟୋରେ ଅଡ଼ବା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଅଡ଼ବା ମେଡିକାଲରେ ଡାକ୍ତର ଅମରେଶ ଚନ୍ଦ୍ର ପାତ୍ର ପ୍ରାଥମିକ ଚିକିତ୍ସା ପରେ ସୁବାସଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ମୋହନା ମେଡିକାଲରେ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ସମୀର ରଞ୍ଜନ ତ୍ରିପାଠୀ ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା କହିଛନ୍ତି ।

Exit mobile version