Home ଓଡ଼ିଶା ରାମନାଗୁଡା ହିନ୍ଦୁ ଏକତା ସମାଜ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଜମ୍ମୁ-କଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ସ୍ଥିତ ହିନ୍ଦୁ ଏକତା ସମାଜ ପକ୍ଷରୁ ମୁଖ୍ୟ ବଜାରରେ ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଶତାଧିକ ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କ୍ୟାଣ୍ଡେଲ ଶୋଭାଯାତ୍ରା କରି ଦୀପ ଜାଳି ଆତ୍ମାର ସଦ୍ଗତି କାମନା କରାଯାଇଛି। ଏହି ଘଟଣାକୁ ନିନ୍ଦା କରିବା ସହ ସରକାର ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରଯାଇଛି। ଆଗାମୀ ଦିନରେ ଏଭଳି ଘଟଣାର ଯେପରି ପୁନରାବୃଭି ନ ହେବ ସେଥିଲାଗି ସରକାରଙ୍କୁ ନିବେଦନ କରିଛନ୍ତି ହିନ୍ଦୁ ଏକତା ସମାଜ ସଦସ୍ୟ । ପାକିସ୍ତାନ ମୂର୍ଦ୍ଦାବାଦ…ହିନ୍ଦୁସ୍ଥାନ ଜିନ୍ଦାବାଦ”:ନାରା ଦେଇ ପେହେଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ରବିବାର ଦିନ ସନ୍ଧ୍ୟା ସମୟରେ ଘଣ୍ଟିକା ସମୟରେ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସେ ହିନ୍ଦୁ ହେଉ ବା ମୁସଲମାନ ବା କ୍ରିଷ୍ଟିୟାନ ସମସ୍ତେ ଏକ ଭାରତ ମାତାର ସନ୍ତାନ । ଆମେ ଶାନ୍ତିପ୍ରିୟ ଦେଶ । ନିରୀହ ପର୍ଯ୍ୟଟକଙ୍କୁ ଯେଉଁ ପ୍ରକାର ମାରି ଦିଆଯାଇଛି ଆମେ ସମସ୍ତେ ଦୁଃଖରେ ଅଛୁ । ପ୍ରଥମ ଥର ଏପରି ଘଟଣା ହେବା ପରେ ଏ ନେଇ ସରକାର ଯାହା ପଦକ୍ଷେପ ନେବେ ଆମେ ସହଯୋଗ କରି ଆଗକୁ ବଢ଼ିବୁ। ଏହି ଘଟଣା ପାଇଁ ଯିଏ ଦାୟୀ ଅଛନ୍ତି ସେମନଙ୍କୁ ଦଣ୍ଡ ଦିଆଯାଉ। ଆମ ମାଆ ହେଉଛି ଭାରତ ସେହି ମାଟିର ଆମେ ପିଲାମାନେ । ଏହି ଘଟଣାରେ ମୃତ ପର୍ଯ୍ୟଟକ ମାନଙ୍କ ପରିବାରକୁ ସମବେଦନା ଜଣାଉଛୁ। ଏପରି ଘଟଣା ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ସରକାର ସେମାନଙ୍କୁ କଠୋର ଦଣ୍ଡ ଦେବେ ବୋଲି ଆଶା କରୁଛୁ । ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଏପରି ଆତଙ୍କୀବାଦ ସେମାନଙ୍କୁ ଖୋଜି ଖୋଜି ବାହାର କରି ମାରନ୍ତୁ ବୋଲି ଯୁବ ଗୋଷ୍ଠୀ ତରଫରୁ ମତ ପ୍ରକାଶ ପାଇଛି ।ଏହି କାର୍ଯ୍ୟକ୍ରମ ରେ ରାମନାଗୁଡା ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ଯୁବନେତା ଆଶିଷ କୁମାର ବେହେରା,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ନରସିଂହ ମାଣ୍ଡାଙ୍ଗି, ଶକ୍ତି ପ୍ରସାଦ ପାତ୍ର,ସଂଜୀବ କୁମାର ଦାଶ, ସୁଧୀର ମିଶାଲ,ସନ୍ତୋଷ ଲାବାଲା(ପିଙ୍କୁ)ଙ୍କ ସମେତ ଶତାଧିକ ଯୁବକ ଉପସ୍ଥିତ ଥିଲେ। Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026