Home ଓଡ଼ିଶା ମାଟ୍ରିକ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ଶିକ୍ଷାବର୍ଷ ୨୦୨୪/୨୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରେ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଛାତ୍ର ଛାତ୍ରୀ ମାନଙ୍କ ଅଭୂତପୂର୍ବ ପ୍ରଥମ କୃତିତ୍ୱ ହାସଲ କରିଛନ୍ତି ।ମୋଟ ୩୬ ଜଣ ଶିଶୁଙ୍କ ମଧ୍ୟରୁ ଏ୨-୭ ଜଣ, ବି୧-୧୮, ବି୨-୧୧ ଜଣ ପାଇ ଶତପ୍ରତିଶତ କୃତିତ୍ୱ ହାସଲ କରିଛନ୍ତି । ବିଦ୍ୟାଳୟ ର ସମ୍ପାଦକ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କ ଚେଷ୍ଟା ଓ ସଂକୁଳ ପ୍ରମୁଖ ଅଶୋକ ସିଂଙ୍କ ମାର୍ଗ ଦର୍ଶନରେ ପ୍ରଥମ କରି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଖୋଲା ଯିବା ଫଳରେ ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ପ୍ରଚେଷ୍ଟା ଫଳରେ ଭଉଣୀ ଶୁଭ୍ରାଶେଫାଳୀ ଖମାରୀ ସର୍ବାଧିକ ୮୯% ରଖି ପାସ୍ କରିଥିବା ବେଳେ ସମସ୍ତ ଶିଶୁ ଭାଇଭଉଣୀ ୬୦%ରୁ ଉର୍ଦ୍ଧ୍ୱ ନମ୍ବର ରଖି ପାସ୍ କରିଛନ୍ତି। ଏଣୁ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ଆଗାମୀ ବର୍ଷ ଆହୁରୀ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହେବେ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଣ୍ଡା ପ୍ରକାଶ କରି ଧନ୍ୟବାଦ ଜଣାଇଛନ୍ତି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026