
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କଟକ,ମାହାଙ୍ଗା :– ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ୱର ରଖିଥିବା ଦଶ ଜଣ ଛାତ୍ର ଛାତ୍ରୀଙ୍କୁ ଗୌଡ଼ପଡା ଡ଼ାକବଙ୍ଗଳା ପରିସରରେ ମାହାଙ୍ଗା ମଣ୍ଡଳ ଶିକ୍ଷାଅଧିକାରୀ ଚକ୍ରଧର ବେହେରାଙ୍କ ପୌରୋହିତ୍ୟରେ ପଂଚାୟତରାଜ ଆଇନି ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କୋଭିଡ ପାଇଁ ବିଳମ୍ବରେ ହେଉପଛେ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ ଓ ଉପହାର ଦେଇ ସମ୍ବର୍ଦ୍ଧନା କରିଛନ୍ତି, ଏଥି ସହ ସେମାନଙ୍କ ଉତ୍ତରୋତ୍ତର ଭବିଷ୍ୟତ କାମନା କରି ଏହି ସମ୍ବର୍ଦ୍ଧନା ସେମାନଙ୍କୁ ଭବିଷ୍ୟତରେ ଅଧୟନ କ୍ଷେତ୍ରରେ ପ୍ରେରଣା ଯୋଗାଇବା ବୋଲି କହିଥିଲେ,
ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆସନ୍ତା ପିଢ଼ିର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାଠ ପଢିବାକୁ ଉତ୍କଣ୍ଠା ବଢିବା ସହ ମାହାଙ୍ଗାରେ ଏକ ପ୍ରତିଯୋଗିତା ମୂଳକ ଶିକ୍ଷା ଛାତ୍ର ଛାତ୍ରୀ ମାନଙ୍କ ଠାରେ ଦେଖାଦେବ, ଯାହା ଫଳରେ ଉତ୍ତମ ଛାତ୍ର ଛାତ୍ରୀ ସୃଷ୍ଟି ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଶରତ ନାୟକ, ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ ପ୍ରାକ୍ତନ ବ୍ଲକ ଅଧକ୍ଷ ରାଜକିଶୋର ଜେନା, ଶରତ ମହାପାତ୍ର, ଅତିରିକ୍ତ ଶିକ୍ଷାଧିକାରୀ ମଦନମୋହନ ମଲ୍ଲ ସମେତ ଅଭିଵାବକ ଅଭାବିକା ଉପସ୍ଥିତ ରହି ସହଯୋଗ କରିଥିଲେ, ( ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)
