Home ଓଡ଼ିଶା ରାମଲୀଳା ମହୋତ୍ସବ ର ୨ୟ ସନ୍ଧ୍ୟା : ବିଭୀଷଣ ଙ୍କ ସାତ୍ଵିକ ଅଭିନୟରେ ଭିଜିଲେ ଦର୍ଶକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରାମାୟଣର ୩୫ ଚରିତ୍ର ମଧ୍ୟରୁ ବିଭୀଷଣ ଏକ ନିଆରା ଚରିତ୍ର । ଅବତାରୀ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ମଧ୍ୟରେ ବିଶ୍ଵନିୟନ୍ତାଙ୍କ ସ୍ଵରୂପ ଅନୁଭବ କରିବା ପରେ ସେ ପାଲଟି ଗଲେ ତାଙ୍କର ଏକନିଷ୍ଠ ଭକ୍ତ ଓ ଉପାସକ। ପତ୍ନୀ, ପୁତ୍ର ,ପ୍ରଵଳ ପରାକ୍ରାନ୍ତ ଭାଇ ଦଶାନନର ସ୍ଵର୍ଣ୍ଣ ଲଙ୍କା ର ମୋହ ପରିତ୍ୟାଗ କରି ଦୁନିଆଁ ଆଖିରେ ବିବେଚିତ ହେଲେ ଘରଭେଦୀ ବିଭୀଷଣ ଭାବେ।ନିଜ ପୁଅ ତରଣୀସେନ ର ମ୍ରୃଦ୍ୟୁ ରେ ତାଙ୍କର ଅନ୍ତର ଆତ୍ମା ବିଳପି ଉଠିବା ବେଳେ ପରମ କାରୁଣିକ ଶ୍ରୀ ରାମଚନ୍ଦ୍ର ଙ୍କ ଜିଜ୍ଞାସା ରେ ଉତ୍ତର ଦେଇଥିଲେ ମୁଁ ଲୋକମତକୁ ଡରି କାନ୍ଦୁଛି କେବଳ ପ୍ରଭୁ । ଏମିତି ଏକ ଦୁଃଖାନ୍ତ ଅଭିନୟ ଦର୍ଶକ ଙ୍କୁ ଲୁହରେ ଭିଜାଇ ଦେଇଥିଲା ଶ୍ରୀ ରାମଲୀଳା ମହୋତ୍ସବ ର ୨ୟ ସନ୍ଧ୍ୟାରେ । ପଥରକଟା ଶ୍ରୀ ରଘୁନାଥ ଦେବ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ପରିବେଷିତ ଅତିକାୟ ଵଧ, କୁମ୍ଭକର୍ଣ୍ଣ ବଧ ଓ ତରଣୀସେନ ଵଧ ର କଳାକାର ମାନେ ବେଶ୍ ପ୍ରଭାବଶାଳୀ ଅଭିନୟ କରିଥିଲେ । ପ୍ରାରମ୍ଭରେ ଚିଲିକା ର ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ -ମୁଖ୍ୟ ଅତିଥି, ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ -ମୁଖଵକ୍ତା, ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଠାଣି ବଳବନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ ଵୋଧନ ଦେଇଥିବା ବେଳେ ବିଭୂତି ଭୂଷଣ ବରାଳ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏଵଂ ମହୋତ୍ସବ କମିଟି ର ସଭାପତି ମକରଧ୍ବଜ ପଲେଇ ଅଧ୍ୟକ୍ଷତା କରିଥିଲେ । ସାମ୍ବାଦିକ ପ୍ରଦୋଷ କୁମାର ଦାସ ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ଉପ ସଭାପତି ମନୋଜ କୁମାର ବରାଳ ଙ୍କ ସମେତ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଏହାପରେ ପଥରକଟା ଶ୍ରୀ ରଘୁନାଥ ଦେବ ନାଟ୍ୟ ସଂସଦ ପକ୍ଷରୁ ରାମଲୀଳା ପ୍ରଦର୍ଶନ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026