ଆଳିଶି ଶାସନରେ ବିଜେପିର ମିଶ୍ରଣ ପର୍ବ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍)  :- ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ ଅନ୍ତର୍ଗତ ଆଳିଶି ଶାସନ ଗ୍ରାମ ପଂଚାୟତରେ ବିଜେପି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପୂର୍ବତନ ସରପଞ୍ଚ ବିରଞ୍ଚି ଭୋଇ ଓ ସମିତି ସଭ୍ୟା ଗୀତା ଭୋଇଙ୍କ ସମେତ ଶତାଧିକ ବିଭିନ୍ନ ଦଳର କର୍ମୀ ଓ ନିକଟସ୍ଥ ମକୁନ୍ଦାସପୁର ଗ୍ରାମ ପଞ୍ଚାୟତର ୪୦ ରୁ ଅଧିକ ମୁସଲିମ ମହିଳା ଓ ପୁରୁଷ ବିଜେପି ର ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ବ୍ଲକ ସଭାପତି ନାରାୟଣ ଖୁଣ୍ଟିଆ,

ସାଂସଦ ଙ୍କ ପ୍ରତିନିଧି ଦ୍ବାରିକାନାଥ ଚୌଧୁରୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଶିଭୂଷଣ ପାତ୍ର,ସାଂସଦଙ୍କ ବ୍ୟକ୍ତିଗତ ସଚିବ ପୂର୍ବତନ ପ୍ରଶାସକ ଅଶୋକ ପଟ୍ଟନାୟକ,ବରିଷ୍ଠ ବିଜେପି ନେତା ବସନ୍ତ କୁମାର ନାୟକ,ମାଗୁଣି ଚରଣ ସେଠୀ,ଶିବ ମଲ୍ଲିକ, ତାପସ ଜେନା ପ୍ରମୁଖ ଯୋଗ ଦେଇ ଏହାଦ୍ବାରା ଦଳ ଅଧିକ ମଜବୁତ୍ ହେବ ବୋଲି କହିଥିଲେ।ପ୍ରାରମ୍ଭରେ ଜଗବନ୍ଧୁ ଜେନା ସ୍ଵାଗତ ଭାଷଣ ଦେବାପରେ ପୂର୍ବତନ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଗୋପୀନାଥ ଯୁବ ସଂଘ ତରଫରୁ ଆୟୋଜିତ ଏହି ସମାବେଶରେ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସାଂସଦ ତାଙ୍କ ଅଭିଭାଷଣରେ ଏକ ଗୋଷ୍ଠୀ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିବା ସହିତ ୫ଗୋଟି ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଛାତ ଘର,ପିଇବା ପାଣି,ବିଜୁଳି ବତୀ, ପାଇଖାନା ଓ ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି କହିଥିଲେ । ଦୁଷ୍ମନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ସମଗ୍ର ଗ୍ରାମବାସମାନେ ଏଥରେ ସହଯୋଗ କରିଥିଲେ ।

Exit mobile version