Home ଓଡ଼ିଶା କଟକ ଖାନନଗରରେ ପୋଲ ନିର୍ମାଣ ବେଳେ ଅଘଟଣ : ସ୍ଲାବ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାବେଳେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ତାଙ୍କ ଆର୍ଥିକ ସହାୟତା ଦେବାପାଇଁ ନିର୍ଦେଶ ଦେଇଥିଲେ I ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିବା ସହ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ଏକ ବୈଷୟିକ କମିଟି ଦ୍ୱାରା ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପୂର୍ତ୍ତ ବିଭାଗ ଏଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନେତୃତ୍ୱ ରେ ମୁଖ୍ୟଯନ୍ତ୍ରୀ ରାସ୍ତା -୨ ଏବଂ ଏ ଡି ଏମ ( ଜେନେରାଲ ) କଟକଙ୍କୁ ନେଇ ଏକ ତିନି ଜଣିଆ ବୈଷୟିକ କମିଟି ଗଠନ କରି ଆସନ୍ତା କାଲିଠାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆସନ୍ତା ୧୫ ଦିନ ମଧ୍ୟରେ ଏହାର କାରଣ ଓ ଦାୟୀ ଥିବା ବ୍ୟକ୍ତିଙ୍କ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଙ୍କୁ ନିର୍ଦେଶ ଦେଇଛନ୍ତି I Categories: ଓଡ଼ିଶା, କଟକ, ହୋମ୍ Related Content ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ by Proprietor Abhimanyu Maharana July 28, 2026 Srusti Academy of Management and Technology Becomes an AI-Enabled Campus by Proprietor Abhimanyu Maharana July 28, 2026 ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026