ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ସ୍ତରୀୟ ଆନ୍ତଃ ବିଭାଗୀୟ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ:କମ ରସିଆଲ ବିଜୟୀ

 ଖୋର୍ଦ୍ଧା-ଜଟଣି (ଓଡ଼ିଶା ତାଜା ନ୍ୟୁଜ୍)  :-  ସ୍ଥାନିୟ ଖୋର୍ଦ୍ଧାରୋଡ ରେଲୱେ ଷ୍ଟାଡିୟମରେ ଚାଲିଥିବା ମଣ୍ଡଳ ସ୍ଥରୀୟ ଆନ୍ତଃ ବିଭାଗୀୟ ଟି-ଟ୍ୱଣ୍ଟି କ୍ରିକେଟ ଟୁର୍ନାମେଣ୍ଟ ରେ ଆଜି ରବିବାର ସଂଧ୍ୟାରେ କମରସିଆଲ ଓ଼ ମେକାନିକାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲାl ଏଥିରେ କମରସିଆଲ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ପାଞ୍ଚ ଉଇକେଟ ହରାଇ ୧୬୮ ରନ କରିଥିଲାl ଜବାବରେ ମେକାନିକାଲ ୬ ଉଇକେଟ ହରାଇ ୧୪୨ ରନ କରିଥିଲା, ଫଳରେ କମରସିଆଲ ୨୭ ରନରେ ବିଜୟୀ ହୋଇଥିଲା l

ରବି କିରନ ୫୭ ରନ କରିଥିଲେ, ରାଜ କିଶୋର ସାହାଣୀ ୧୨ ବଲରେ ବାର ରନ ଓ ୧୮ ରନ ବିନିମୟରେ ତିନି ଉଇକେଟ ପାଇଁ ମ୍ୟାନ ଅଫ ମ୍ୟାଚ ହୋଇଥିଲେl ଆଜିର ଏହି ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ମ୍ୟାନ ଅଫ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେl ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି,ସାମୁଏଲ ପ୍ରଧାନ,ସୁନୀଲ ପରିଡା,ପି ରାଜାରାଓ,ଜ୍ଞାନ ସିଂହ,ରବି ଶର୍ମା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Exit mobile version